ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | March 01, 2021 IST

ବଲାଙ୍ଗୀର ୧।୩: ବଲାଙ୍ଗୀର ଜାତୀୟ ରାଜପଥ ୨୬ ନମ୍ବର ବରଗାଁ ଲାଂଥ ନନ୍ଦୀ ନିକଟରେ ବସ୍ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।  ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଏନଏଚ ୨୬ ବରଗାଁ ରାସ୍ତାକୁ ଅବରୋଧ କରିଛନ୍ତି । ଜାତୀୟ ରାଜପଥ ଅବରୋଧ ଫଳରେ ଗମନାଗମନ ଠପ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରୁଛି ।

ତରାସିହା ଗାଁର ଶିକ୍ଷକ ଲବ ବେହେରା  ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ସ୍କୁଲକୁ ଯାଉଥିଲେ । ହଠାତ୍ ଦ୍ରୁତ ଗତିରେ ଆସୁଥିବା ସରକାରୀ ବସ୍ ବରଗାଁ ବ୍ରିଜ୍ ନିକଟରେ ମୁହାଁମୁହିଁ  ଧକ୍କା ଦେଇଥିଲା ।  ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇବାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ  ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଖବର ପ୍ରସାରିତ ହେବା ପରେ ଶିକ୍ଷକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.