Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୭ବର୍ଷ ପଢ଼ାଉ ପଢ଼ାଉ ହୋଇଗଲା ପ୍ରେମ : ଦ୍ବାଦଶ ଶ୍ରେଣୀର ଛାତ୍ର ସହ ଶିକ୍ଷୟତ୍ରୀ ଫେରାର

9/03/2020 at 4:27 PM

ଗୋରଖପୁର ୯/୩: ଉତ୍ତରପ୍ରଦେଶର ଗୋରଖପୁରରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏଠାକାର ରାମଗଡ଼ ଅଞ୍ଚଳର ଏକ ପ୍ରସିଦ୍ଧ ସ୍କୁଲ​‌ର ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ତାଙ୍କ ଶିକ୍ଷୟିତ୍ରୀ ନେଇ ଗାୟବ ହୋଇ ଯାଇଛନ୍ତି। ଘଟଣା ବିଷୟରେ ଜଣା ପଡ଼ିବାରୁ ସ୍କୁଲର ପରିଚାଳନା କମିଟି  ଏବଂ ଉଭୟଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଛାତ୍ରଙ୍କ ବାପା ନିଖୋଜ ମାମଲା ରୁଜୁ କରାଇଛନ୍ତି। ନିଖୋଜ ଶିକ୍ଷୟତ୍ରୀଙ୍କ ବଡ଼ ଭଉଣୀ ଏକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ।

ତାଙ୍କୁ ମଧ୍ୟ ମାର୍ଚ୍ଚ ୭ତାରିଖରେ ଥାନାକୁ ଡକାଯାଇଥିଲା। ପୋଲିସ୍ ଛାତ୍ର ଏବଂ ଶିକ୍ଷୟତ୍ରୀଙ୍କୁ ଖୋଜୁଛି। ସୂଚନା ଅନୁଯାୟୀ ରାମଗଡ଼ତାଲ ଅଞ୍ଚଳର ଆଜାଦନଗର ରୁସ୍ତମପୁରରେ ରହୁଥିବା ପ୍ରପର୍ଟି ଡିଲରଙ୍କ ପୁଅ ରାମଗଡ଼ତାଲ ଥାନା ଅଞ୍ଚର ଏକ ସରକାରୀ ସ୍କୁଲରେ ଦ୍ବାଦଶ ଶ୍ରେଣୀର ଛାତ୍ର। ଛାତ୍ରଙ୍କ ଘରଠୁ ଅଳ୍ପ ଦୂରରେ ଶିକ୍ଷୟିତ୍ରୀଙ୍କ ଘର ଥିଲା। ସେ ତାଙ୍କୁ ଟ୍ୟୁସନ୍ ପଢ଼ାଉଥିଲେ। ଗତ ୭ବର୍ଷ ହେଲା ଛାତ୍ର ଜଣକ ତାଙ୍କ ପାଖେ ଟ୍ୟୁସନ ହେଉଥିଲେ।

ପରିବାର ଲୋକଙ୍କ କହିବା ଅନୁସାରେ ନିଖୋଜ ଛାତ୍ର ତାଙ୍କର ଏକମାତ୍ର ପୁଅ ଥିଲେ। ପ୍ରଥମେ ତାଙ୍କୁ ଶିକ୍ଷୟତ୍ରୀଙ୍କ ବଡ଼ ଭଉଣୀ ପାଠ ପଢ଼ାଉଥିଲେ। ପରେ ସେ ଅନ୍ୟ ଏକ ସ୍କୁଲର ପ୍ରିନ୍ସିପାଲ ହୋଇଯାଇଥିଲେ। ମାର୍ଚ୍ଚ ୧ତାରିଖରେ ଟି-ଶାର୍ଟ କିଣିବା କଥା କହି ଛାତ୍ର ଜଣକ ଦିନ ସାଢ଼େ ୧୧ଟାରେ ଘରୁ ବାହାରିଥିଲେ।

ସେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ୍ କରିଥିଲେ କିନ୍ତୁ ତାଙ୍କ ଫୋନ୍ ବନ୍ଦ ଥିଲା। ପରେ ଜଣା ପଡ଼ିଥିଲା ଯେ ସେ ଶିକ୍ଷୟତ୍ରୀଙ୍କ ସହ ବାହାରିଥିଲା। ଘରଲୋକେ ଶିକ୍ଷୟତ୍ରୀଙ୍କ ଘରକୁ ପହଞ୍ଚି ଜାଣିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେ ବି ଘରୁ ନିଖୋଜ ଥିବା ଜଣା ପଡ଼ିଥିଲା।

   Related Posts