ଛାତ୍ରୀଙ୍କୁ ଟ୍ୟୁସନ ପଢାଇବାକୁ ଆସୁଥିଲେ ଶିକ୍ଷକ, ଦୁଷ୍କର୍ମ କରି କଲେ ଗର୍ଭବତୀ, ତାପରେ…

Published By : Prameya-News7 Bureau | September 04, 2019 IST

ଭୋପାଳ ୪।୯: ଭୋପାଳ ଟିକମଗଡରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ୨୦ବର୍ଷୀୟ କଲେଜ ଛାତ୍ରୀଙ୍କୁ ଶିକ୍ଷକ ଲାଲ ବାହାଦୂର ରାଜପୁତ ଟ୍ୟୁସନ ପଠାଇବାକୁ ଆସିଥିଲେ । ମାତ୍ର ଶିକ୍ଷକଙ୍କ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ଶାରିରୀକ ସଂପର୍କ ରଖିଥିଲେ । ଫଳରେ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏକ କନ୍ୟା ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲେ । ମାତ୍ର ପରେ ସଂପୃକ୍ତ ଶିକ୍ଷକ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ ।

ସୂଚନା ଅନୁସାରେ ଭୋପାଳ ଟିକମଗଡ ନନ୍ଦେଶ୍ବର କଲୋନୀରେ ରହୁଥିବା ଜଣେ ୨୨ବର୍ଷୀୟ ରାଜପୁତ ଯୁବତୀ ନିଜ ବାପାଙ୍କ ସହ ଟିକମଗଡ ଥାନାରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ସଂପୃକ୍ତ ଶିକ୍ଷକ ଜଣଙ୍କ ଲଳିତପୁର ଜିଲ୍ଲାର ଚକୋର ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ନିୟୋଜିତ ଥିଲେ । ସେ କୁହ୍ମେଡି କଲୋନୀରେ ରହୁଥିଲେ । ପୀଡିତା ଛାତ୍ରୀଙ୍କ ବାପା ତାଙ୍କ ଝିଅଙ୍କୁ ପଢାଇବା ପାଇଁ ସଂପୃକ୍ତ ଶିକ୍ଷକଙ୍କୁ ନିୟୋଜିତ କରିଥିଲେ ।

୨୦୧୭ ମସିହା ମେ ୧୩ତାରିଖରୁ ସଂପୃକ୍ତ ଶିକ୍ଷକ ପୀଡିତାଙ୍କ ଘରକୁ ଆସୁଥିଲେ ଟ୍ୟୁସନ ପଢାଇବାକୁ । ସେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଛାତ୍ରୀଙ୍କ ସହ ଦୁଷ୍କର୍ମ କରୁଥିଲେ । ଯେତେବେଳେ ଏକଥା ଘରଲୋକ ଜାଣିଥିଲେ ଶିକ୍ଷକ ବିବାହର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶୁଣିବା ପରେ ସେମାନେ ଚୁପ୍ ହୋଇଯାଇଥିଲେ । ବାରମ୍ବାର ଦୁଷ୍କର୍ମ ଫଳରେ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଛାତ୍ରୀ ଜଣଙ୍କ ବର୍ଷେ ୧୭ଦିନ ପରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଜଣାପଡିଥିଲା ଯେ, ଶିକ୍ଷକ ଜଣଙ୍କ ବିବାହିତ । ଫଳରେ ସଂପୃକ୍ତ ଶିକ୍ଷକ ପୀଡିତା ଏବଂ ତାଙ୍କ ସନ୍ତାନକୁ ଗ୍ରହଣ କରିବାକୁ ମନାକରିଦେଇଥିଲେ ।

ପୀଡିତାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ସଂପୃକ୍ତ ଶିକ୍ଷକ କହିଛନ୍ତି ତାଙ୍କୁ ଷଡଯନ୍ତ୍ର କରି ଫସାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.