ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚର ମହାସମାବେଶ
20/09/2018 at 12:09 PM

ଭୁବନେଶ୍ବର ୨୦|୯: ଆଜି ରାଜଧାନୀରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶ । ଏଥିରେ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ଯୋଗ ଦେବେ । ଗତ ତିନି ଦିନ ଧରି ରାଜ୍ୟର ବିବଇନ୍ନ ପଂଚାୟତରେ ହୋଇଥିବା ସଚେତନତା ସମାବେଶର ପ୍ରତିଫଳନ ଆଜି ଦେଖିବାକୁ ମିଳିବ ବୋଲି ସଂଘ କହିଛି । ଗତ ତିନି ଦିନ ଧରି ଶିକ୍ଷକ ଓ ଅଧ୍ୟାପକ ମାନେ ଗାଁ ଗାଁ ବୁଲି ଶିକ୍ଷା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇ ଲୋକଙ୍କ ସହଯୋଗ ଲୋଡିଥିଲେ । ଆଜି ରାଜଧାନୀର ଗାନ୍ଧିମାର୍ଗରେ ବିଶାଳ ସମାବେଶ କରିବ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚ ।
ସୂଚନାଯୋଗ୍ୟ ଗତ ତିନି ଦିନ ଧରି ଶିକ୍ଷକ ଓ ଅଧ୍ୟାପକମାନେ ଗାଁକୁ ଗାଁ ବୁଲି ‘ଶିକ୍ଷା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇ ଲୋକଙ୍କ ସହଯୋଗ ଲୋଡ଼ିଥିଲେ । ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ସ୍କୁଲ କଲେଜଗୁଡ଼ିକୁ ଭାଙ୍ଗିଦେବା ପାଇଁ ସରକାର ଯେଉଁ ଗୁପ୍ତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏବେ ପୁଣିଥରେ ଗାନ୍ଧିମାର୍ଗ ଜନସମୁଦ୍ର ପାଲଟିବ । ଓଡ଼ିଶାର ବୁଦ୍ଧିଜୀବୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶିକ୍ଷକ ଓ ଅଧ୍ୟାପକମାନେ ୩୬ ଦିନ ଧରି ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି ।