Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ସ୍କୁଲରେ ଛାତ୍ରଙ୍କୁ କୁକୁଡ଼ା କରି ମାଡ ମାରୁଥିବାର ଭିଡିଓ ହେଲା ଭାଇରାଲ : ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

22/02/2019 at 2:08 PM

ମୁରାଦାବାଦ ୨୨/୨ : ପୂର୍ବରୁ ସ୍କୁଲରେ ପଢୁଥିବାବେଳେ କୌଣସି ଭୁଲ ହେଲେ କିମ୍ବା ଘରକରିବା ପାଇଁ ଦିଆଯାଇଥିବା ପାଠ କରିନଥିଲେ କିମ୍ବା ଶ୍ରେଣୀଗୃହରେ ପାଟିତୁଣ୍ଡ କଲେ ଶିକ୍ଷକମାନେ ପିଲାଙ୍କୁ ଦଣ୍ଡ ଦେଉଥିଲେ | ଦଣ୍ଡ ଭିତରେ ସବୁଠୁ କଡା ଦଣ୍ଡ ଥିଲା ମୁର୍ଗା ବସାଇବା ବା କୁକୁଡାଭଳି ବସାଇବା । ଏବେ କିନ୍ତୁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ଅପରାଧ |ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳଭାବେ ଘୋଷଣା କରାଯାଇଛି ।  

ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶର ଏକ ସ୍କୁଲର ଜଣେ ଶିକ୍ଷକ ରାଗିଯାଇ ଛାତ୍ରଙ୍କୁ ଗୋଟିଏ ଲାଇନରେ ଛିଡା କରି କୁକୁଡ଼ା କରିଦେଲେ | କେବଳ କୁକୁଡ଼ା କରିନଥିଲେ ବରଂ କୁକୁଡ଼ା ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ପାହାଚ ଚଢ଼ିବାକୁ ଏବଂ ଓହ୍ଲେଇବାକୁ ନିର୍ଦେଶ ଦେଇଥିଲେ ଶିକ୍ଷକ | ଶିକ୍ଷକଙ୍କ ଏହି କାରନାମାର କେହିଜଣେ ଭିଡିଓ କରି ଭାଇରାଲ କରିଛି | ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି | ଭାଇରାଲ ଭିଡିଓ ଶିଶୁ କଲ୍ୟାଣ ସମିତି ପାଖରେ ମଧ୍ୟ ପହଂଚିଛି | ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ସାରିକା ଗୋୟଲ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଏହି ଘଟଣାର ସବିଶେଷ ତଥ୍ୟ ମାଗିଛନ୍ତି |

ଉତ୍ତର ପ୍ରଦେଶର ଚମାରୋଆ ଅନ୍ତର୍ଗତ ଏକ ସ୍କୁଲରେ ଘଟିଛି ଏହି ଘଟଣା | କୌଣସି ଏକ କାରଣରୁ ଜଣେ ଶିକ୍ଷକ ରାଗିଯାଇ ଛାତ୍ରଙ୍କୁ ଏକ ଲାଇନରେ ଛିଡା କରିଦେଇଥିଲେ | ଏହାପରେ ସବୁ ଛାତ୍ରଙ୍କୁ କୁକୁଡ଼ା ହେବା ପାଇଁ ନିର୍ଦେଶ ଦେଇଥିଲେ | ଛାତ୍ରମାନେ କୁକୁଡ଼ା ହେବା ପରେ ଶିକ୍ଷକ ସେମାନଙ୍କୁ ମାଡ ମାରିଥିଲେ | ତଥାପି ଶିକ୍ଷକଙ୍କ ରାଗ ଶାନ୍ତ ହେଲାନି ଯେ, ଛାତ୍ରଙ୍କୁ ପାହାଚ ଚଢ଼ିବାକୁ ଏବଂ ଓହ୍ଲେଇବାକୁ ନିର୍ଦେଶ ଦେଇଥିଲେ |

ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା କହିଛନ୍ତି ଯେ, ତାଙ୍କ ସମିତିର ଜଣେ ସଦସ୍ୟ ଏହି ଭିଡିଓ ତାଙ୍କୁ ଦେଖାଇଥିଲେ | ଅଧ୍ୟକ୍ଷା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟାଳୟକୁ ଡାକିଛନ୍ତି | ଅନାବଶ୍ୟକ କଥାରେ ଛାତ୍ରଙ୍କ ଉପରେ ଚାପ ନପକାଇବାକୁ ଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି | ଘଟଣାକୁ ନେଇ ଉକ୍ତ ଶିକ୍ଷକ ଏବଂ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ଅଧ୍ୟକ୍ଷା | ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷା | 

   Related Posts