Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଲକଡାଉନ ଛଡେଇ ନେଲା ଶିକ୍ଷକଙ୍କ ଚାକିରୀ : ରାସ୍ତା କଡରେ ଠେଲା ଲଗାଇ ତିଆରି କରୁଛନ୍ତି ଇଡଲି, ଦୋସା, ବରା

23/06/2020 at 4:04 PM

ନୂଆଦିଲ୍ଲୀ ୨୩/୦୬ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଗତ ମାର୍ଚ୍ଚ ୨୪ ତାରିଖରେ ଲକଡାଉନ ଜାରି କରାଯାଇଥିଲା | ମାର୍ଚ୍ଚ ୨୪ ତାରିଖରୁ ଦେଶରେ ଲକଡାଉନ ଜାରି ରହିଛି | ଲକଡାଉନ ଯୋଗୁଁ ଅନେକ କମ୍ପାନୀକୁ କ୍ଷତି ହୋଇଛି | ଫଳରେ ଅନେକ କମ୍ପାନୀ କର୍ମଚାରୀଙ୍କୁ ଚଟେଇ କରିଛି | ଏହିଭଳି ଏକ ମାମଲା ତେଲେଙ୍ଗାନାରେ ଦେଖିବାକୁ ମିଳିଛି | କରୋନା ଓ ଲକଡାଉନ ଯୋଗୁଁ ଜଣେ ଶିକ୍ଷକଙ୍କ ଚାକିରୀ ଚାଲି ଯାଇଛି | ଚାକିରୀ ହରେଇବା ପରେ ଶିକ୍ଷକ ଜଣକ ବାଧ୍ୟ ହୋଇ ରାସ୍ତାରେ ଠେଲା ଲଗାଇ ପରିବାର ଭରଣପୋଷଣ କରୁଛନ୍ତି | ଶିକ୍ଷକ ଜଣଙ୍କ ନିଜ ପତ୍ନୀଙ୍କ ସହ ଠେଲା ଲଗାଇ ଖାଇବା ତିଆରି କରି ବିକ୍ରି କରୁଛନ୍ତି | ଏଥିରୁ ଯାହା ରୋଜଗାର ହୁଏ ସେ ପରିବାର ଭରଣପୋଷଣ କରନ୍ତି |

ରିପୋର୍ଟ ଅନୁଯାୟୀ, ଠେଲା ଲଗାଇଥିବା ଶିକ୍ଷକ ଜଣକ ହେଲେ ରାମବାବୁ ମାରାଗନି | ସେ ତେଲେଙ୍ଗାନା ଖମ୍ମର ସହର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ | କରୋନା ଯୋଗୁଁ ତାଙ୍କ ଚାକିରୀ ଚାଲିଗଲା | ଆଉ କିଛି ଉପାୟ ନପାଇ ଏବେ ସେ ରାସ୍ତା କଡରେ ଠେଲା ଲଗାଇ ଖାଇବା ତିଆରି କରି ବିକ୍ରି କରୁଛନ୍ତି ଓ ପରିବାରର ପେଟ ପୋଷୁଛନ୍ତି | ସେ କହିଛନ୍ତି ଯେ କାହା ଉପରେ ନିର୍ଭର ନ କରି ଆତ୍ମନିର୍ଭର ହେବା ଉଚିତ |

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଦମ୍ପତ୍ତିଙ୍କ ଫଟୋ ଭାଇରାଲ ହେଉଛି | ସମସ୍ତେ ଏହି ଦମ୍ପତ୍ତିଙ୍କୁ ପ୍ରଶଂସା କରୁଛନ୍ତି | ଜଣେ ୟୁଜର ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ‘କର୍ମ ହିଁ ପୂଜା’ | ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ‘କୌଣସି ବି କାମ ଛୋଟ କିମ୍ବା ବଡ ନୁହେଁ | ସବୁ କାମକୁ ସମ୍ମାନ ଦେବା ଉଚିତ |’ ଆଉ ଜଣେ ୟୁଜର ତାଙ୍କୁ ସାହସ ଦେଇ ଲେଖିଛନ୍ତି, ପ୍ରଥମେ ଆମେ ପଡୁ, ‘ତାପରେ ପଡିକି ପୁଣି ଉଠୁ | ପଡିକି ଉଠିଲେ ଆମେ ଦୃଢ ଏବଂ ସାହସୀ ହେଇଯାଉ | ଆପଣଙ୍କୁ ଆପଣଙ୍କ ଭଵିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା |’

   Related Posts