ବହି ବିକି ଶିକ୍ଷୟତ୍ରୀ ନିଲମ୍ବିତ

Published By : Prameya-News7 Bureau | December 23, 2019 IST

ବ୍ରହ୍ମପୁର ୨୩।୧୨ - ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକ ବିକ୍ରି କରି ଜଣେ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡିରେ ଏହି ଘଟଣା ଘଟିଛି । ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାଵତ୍ରୀ ଦେବୀ ସର୍ବ ଶିକ୍ଷା ଅଭିଯାନରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ପାଠ୍ୟ ପସ୍ତକ ବିକ୍ରି କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଥିଲେ ।

{"id":201680,"sizeSlug":"large"}

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାର ଖବର ପାଇ ସାନଖେମୁଣ୍ଡି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ସେଠାରେ ପହଞ୍ଚିଥିଲେ ।

{"id":201681,"sizeSlug":"large"}

ଶିକ୍ଷୟତ୍ରୀ ସାବିତ୍ରୀ ଦେବୀ ପାଟପୁର ବଟେଶ୍ୱରୀ ଛକ ନିକଟରେ ୩ଜଣ କବାଡି ବାଲା ମହିଳାଙ୍କୁ ଡାକି ୨୦୧୮ମସିହାରେ ମୁଦ୍ରିତ ସମସ୍ତ ଶ୍ରେଣୀର ସମସ୍ତ ବିଷୟର ବହି ଗୁଡିକ ବିକ୍ରି କରୁଥିବା ବେଳେ ଗ୍ରାମବସୀ ସେଠାରେ ପହଞ୍ଚି ଏ ବିଷୟରେ ପଚାରିଥିଲେ ।

{"id":201682,"sizeSlug":"large"}

ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ସେଠାରେ ଏବିଷୟରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।

{"id":201683,"sizeSlug":"large"}

ତଦନ୍ତରେ ଏହା ପାଠ୍ୟ ପୁସ୍ତକ ବୋଲି ଜଣା ପଡିବା ପରେ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ଏ ବିଷୟରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.