ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ବିବାହିତା ଛାତ୍ରୀଙ୍କୁ ହତ୍ୟା କଲା ଶିକ୍ଷକ: ପୂର୍ବରୁ ଛାତ୍ରୀଙ୍କ ପ୍ରେମିକ ଥିଲେ ଶିକ୍ଷକ

Published By : Prameya-News7 Bureau | December 13, 2018 IST

ସାଙ୍ଗଲି ୧୩/୧୨ : ମହାରାଷ୍ଟ୍ର ସାଙ୍ଗଲିରେ ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ କ୍ଲାସରୁମ କାନ୍ଥରେ ମୁଣ୍ଡ ପିଟି ହତ୍ୟା କରିଥିବା ଘଟଣା ସାମ୍ନା ଆସିଛି | ତଦନ୍ତରୁ ଜଣାପଡିଛି ଯେ, ଶିକ୍ଷକ ଜଣକ ଛାତ୍ରୀଙ୍କୁ ଜୋର ଜବରଦସ୍ତ ନିଜ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ | ତେବେ ଛାତ୍ରୀ ଜଣକ ମନା କରିଦେବାରୁ ଶିକ୍ଷକ ଉତକ୍ଷିପ୍ତ ହୋଇ ଛାତ୍ରୀଙ୍କୁ ହତ୍ୟା କରିଥିଲା |


ସୂଚନାଯୋଗ୍ୟ ଯେ, ସାଙ୍ଗଲି ଅନ୍ତର୍ଗତ ଶାନ୍ତିନିକେତନ ଓପନ ୟୁନିଭର୍ସିଟିରେ ସ୍ନାତକ କରୁଥିଲେ ଛାତ୍ରୀ | ଛାତ୍ରୀଙ୍କ ନାଁ ବୈଶାଳୀ | ବୈଶାଳୀଙ୍କ ବିବାହ ହୋଇସାରିଥିଲା | ହତ୍ୟାକାରୀ ଶିକ୍ଷକ ଋଷିକେଶ ମୋହନ ବୈଶାଳୀଙ୍କ ପୂର୍ବତନ ପ୍ରେମିକ ଥିଲେ | ଉଭୟ ଋଷିକେଶ ଏବଂ ବୈଶାଳୀ ଗୋଟିଏ ଗାଁରେ ରହୁଥିଲେ | ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା | କିନ୍ତୁ କୌଣସି କାରଣବଶତଃ ଉଭୟଙ୍କ ବିବାହ ହୋଇନଥିଲା | ବୈଶାଳୀ ବିବାହ ପରେ ସ୍ନାତକ କରୁଥିଲେ | ଋଷିକେଶ ସେହି କଲେଜରେ ପାଠ ପଢାଉଥିଲେ | ବାହାଘର ପରେ ମଧ୍ୟ ଋଷିକେଏଶ ବୈଶାଳୀଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା | କିନ୍ତୁ ବୈଶାଳୀ ଏଥିରେ ରାଜି ହେଉନଥିଲେ | ବୁଧବାର ଦିନ ଋଷିକେଶ ବୈଶାଳୀଙ୍କୁ କ୍ଲାସରୁମ ଏକା ଦେଖି ତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ବୈଶାଳୀ ଅରାଜି ହେବାରୁ ସେ କ୍ଲାସରୁମ କାନ୍ଥରେ ବୈଶାଳୀଙ୍କ ମୁଣ୍ଡକୁ ପିଟି ଦେଇଥିଲା | ଘଟଣାସ୍ଥଳରେ ହିଁ ବୈଶାଳୀଙ୍କ ମୃତ୍ୟୁ ହୋଇଯାଇଥିଲା |


ପୋଲିସ ବୈଶାଳୀଙ୍କ ମୃତଦେହ କ୍ଲାସରୁମରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପୋଲିସ ଋଷିକେଶକୁ ଗିରଫ କରିଛି | ପୋଲିସ କଲେଜର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଥିଲା | ଘଟଣା ଘଟିଥିବା ସମୟରେ ଋଷିକେଶ କ୍ଲାସରୁମ ଭିତରେ ପ୍ରବେଶ କରିଥିବା ପୋଲିସ ସିସିଟିଭିରେ ଦେଖିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.