Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କାର୍‌ରେ ଛାତ୍ରଙ୍କ ସହ ଶାରିରୀକ ସଂପର୍କ ରଖିଲେ ଶିକ୍ଷୟତ୍ରୀ, ମୋବାଇଲରୁ ମିଳିଲା ଆପତ୍ତିଜନକ ଫଟୋ-ଭିଡିଓ

16/10/2021 at 3:06 PM

ଫ୍ଲୋରିଡ଼ା ୧୬।୧୦: ଆମ ସମାଜରେ ଶିକ୍ଷକଙ୍କ ସ୍ଥାନ ବହୁ ଉପରେ ରହିଥାଏ । କିନ୍ତୁ ଅନେକ ସମୟରେ ଏପରି କିଛି ଘଟଣା ଘଟିଥାଏ, ଯାହାକି ଏହି ଶିକ୍ଷକ ବୃତ୍ତିକୁ କଳଙ୍କିତ କରିଥାଏ । ଆମେରିକାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯାହା ଆପଣ ଶୁଣିଲେ ଆଶ୍ଟର୍ଯ୍ୟ ହୋଇଯିବେ । ଜଣେ ଶିକ୍ଷୟତ୍ରୀ ନିଜର ଛାତ୍ରଙ୍କ ସହିତ ସଂପର୍କ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଖବର ଅନୁଯାୟୀ, ଆମେରିକାର ପ୍ଲୋରିଡ଼ାରେ ଏକ ବଡ଼ ସ୍କୁଲ ରହିଛି । ଏହି ସ୍କୁଲରେ ଜଣେ ଶିକ୍ଷୟନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସ୍କୁଲର ଜଣେ ନାବାଳାକ ଛାତ୍ରଙ୍କୁ ନିଜ କାର୍‌ରେ ବସାଇ ଯୌନ ସଂପର୍କର ରଖନ୍ତି ଶିକ୍ଷୟତ୍ରୀ । ଏହାସହିତ ୩୮ ବର୍ଷୀୟ ଶିକ୍ଷୟତ୍ରୀ ଜଣଙ୍କ  ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିବା ବେଳର ଚିତ୍ରକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ । ଛାତ୍ର ଜଣଙ୍କ ଏହାର ଖୁଲାସ କରିଥିଲେ । ଏହାପରେ ମହିଳା ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଛି ।

ପୋଲିସ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ଛାତ୍ର  ଓ ମହିଳା ଶିକ୍ଷୟତ୍ରୀ ଜଣଙ୍କ ପ୍ରଥମେ ଇନ୍‌ଷ୍ଟାଗ୍ରାମ ଜରିଆରେ କଥା ହେବା ଆରମ୍ଭ କରିଥିଲେ । ଏହାପରେ ଗତ ଅଗଷ୍ଟ ମାସ ସମୟରେ ଶିକ୍ଷୟତ୍ରୀ ଜଣଙ୍କ ନାବାଳକ ଛାତ୍ରଙ୍କୁ ନେଇ ନିଜ କାର୍‌ରେ ବସାଇଥିଲେ । ଏହାପରେ କାର୍‌ରେ ଉଭୟ ଯୌନ ସଂପର୍କ ରଖିଥିଲେ । କାର୍‌ ଭିତରେ କିଛି ଫଟୋ ମଧ୍ୟ ଶିକ୍ଷୟତ୍ରୀ ଉଠାଇଥିଲେ । ତେବେ ଶିକ୍ଷୟତ୍ରୀ ଗିରଫ ହେବା ପରେ ତାଙ୍କ ମୋବାଇଲରୁ ଅନେକ ଆପତ୍ତିଜନକ ଫଟୋ ଓ ଭିଡ଼ିଓକୁ ଜବତ କରିଛି ପୋଲିସ ।  

ସେହିପରି ମହିଳା ଶିକ୍ଷୟତ୍ରୀ ଜଣଙ୍କ ଅନ୍ୟ ଛାତ୍ରମାନଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ ଏବଂ ସମୟ ସମୟରେ ମେସେଜ ମଧ୍ୟ ଦିଅନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ ହୋଇଛି । ସ୍କୁଲ ପକ୍ଷରୁ ମଧ୍ୟ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ସ୍କୁଲରୁ ବାହାର କରାଯାଇଛି ।

   Related Posts