କ୍ଲାସରେ କେହି ନଥିବାବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଡାକି ଗଣିତ ସାର୍ କରୁଥିଲେ ଅସଦାଚରଣ, ଥାନାରେ ଅଟକ

Published By : Prameya-News7 Bureau | July 17, 2019 IST

ପଟ୍ଟାମୁଣ୍ଡାଇ ୧୭|୭: ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆସିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମଧ୍ୟପଡା ଗାଁ ର ବନ୍ଧପଡା ଗ୍ରାମ ପଂଚାୟତ ହାଇସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ରାଜନଗର ପୋଲିସ ।

ଅଭିଯୋଗ ମୁତାବକ ସେହି ସ୍କୁଲର ଗଣିତ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ ବହୁବର ଶ୍ରେଣୀ ରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଏକୁଟିଆ ଶ୍ରେଣୀ ଗୃହକୁ ଡାକିବା ସହ ବହୁ ବାର ଦୁର୍ବ୍ୟବହାର କରିଛନ୍ତି ।ଏ ସମ୍ପର୍କରେ ଘରେ ନକହିବା ପାଇଁ ଧମକ ଚମକ ଦେଇଛନ୍ତି । ଘରେ କହିଲେ ଗଣିତ ରେ ମାର୍କ କମେଇଦେବି ଓ ପରୀକ୍ଷା ରେ ଫେଲ କରିଦେବାର ଭୟ ଦରଖାଇଛନ୍ତି ।

ତେବେ ଆଜି ଛାତ୍ରୀ ଜଣକ ଘରେ ସମସ୍ତ ଘଟଣା କହି ଦେବାରୁ ଲୋକ ମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ମାତ୍ର ପୋଲିସ ଘଟଣାର ଆପୋଷ ସମାଧାନ କରିବାକୁ ଚାହୁଁଥିବାରୁ ଥିବାରୁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁନି । ପୀଡ଼ିତା ଓ ତାଙ୍କ ମାଙ୍କୁ ମଧ୍ୟ ଗଣମାଧ୍ୟମ ସାମ୍ନା କୁ ଛାଡୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.