ନାବାଳିକାଙ୍କୁ ଘରେ ରଖି ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

Published By : Prameya-News7 Bureau | November 07, 2020 IST

ଯାଜପୁର ୭।୧୧: ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଅଟକ । ନାବାଳିକାକୁ ଘରେ ରଖି ନିର୍ଯାତନା ଦେଉଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜୈନକ ଶିକ୍ଷକ ଜଣେ ନାବାଳିକାକୁ ବହୁଦିନ ଧରି ଘରେ ରଖି ନିର୍ଯାତନା ଦେଉଥିଲା । ଏପରିକି ଶୁକ୍ରବାର ଶିଶୁଟିକୁ ମାରପିଟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ତେବେ ଶିଶୁ ସୁରକ୍ଷା ୟୁନିଟ୍ ଘଟଣାସ୍ଥଳରେ ପହଁଚି ପଚରା ଉଚରା କରିଥିଲେ । ତେବେ ଶିଶୁଟିକୁ ଶିଶୁ ସୁରକ୍ଷା ୟୁନିଟ୍ ନିଜ ହେପାଜତକୁ ନେଇଥିବା ବେଳେ ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି । ଏଥିସହ ଭାରତୀୟ ଦଣ୍ଡ ବିଧାନ ଆଇନର ୩୭୦, ୩୨୭, ୭୫ ଜେ ଜେ ଆକ୍ଟରେ କେଶ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.