Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସୀମା ଡ଼େଇଁଲେ ମାଷ୍ଟ୍ରେ: ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଦେଇ ପିଟି ପିଟି ରକ୍ତାତ କରିଦେଲେ

20/01/2020 at 10:27 PM

ହରିଚନ୍ଦନପୁର୨୦/୧: ପାଠ ନ ଆସିବାରୁ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିର୍ଧୁମ ମାଡ଼ ମାରୁଛନ୍ତି ଶିକ୍ଷକ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍  ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ଆଜି ପାଠ ପଢ଼ାଇବା ସମୟରେ କିଛି ଛାତ୍ରଛାତ୍ରୀ ଉତ୍ତର ଦେଇ ପାରିନଥିଲେ । ପିଲାଙ୍କୁ ପିଣ୍ଡାରେ ଆଣ୍ଠେଇ ଦେଇଥିଲେ । ଆଉ ଏହାପରେ ପିଲାଙ୍କୁ ଗୁଡ଼େଇ ତୁଡ଼େଇ ମାଡ଼ ମାରିବାରେ ଲାଗିଥିଲେ । ଯାହାର ଦୃଶ୍ୟ କିଛି ଲୋକ ରାସ୍ତା ଉପରୁ ସୁଟିଂ କରିଥିଲେ । ଦଣ୍ଡ ପାଇଥିବା ଛାତ୍ରଛାତ୍ରୀ  ଷଷ୍ଠ ଓ ସପ୍ତମ ଶ୍ରେଣୀର , ସେମାନେ ଜାଣିଶୁଣି ଉତ୍ତର ଦେଉନଥିବାରୁ ସେମାନଙ୍କୁ ଡରାଇବା ପାଇଁ ଦଣ୍ଡ ଦେଇଥିବା ଶିକ୍ଷକ କହିଛନ୍ତି ।  ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିଚନ୍ଦନପୁର ବି.ଇ.ଓ କହିଛନ୍ତି ।

   Related Posts