Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସ୍କୁଲ୍‌ ନଆସିବାରୁ ଛାତ୍ରଙ୍କୁ ମନଇଚ୍ଛା ପିଟି ଦେଇଗଲେ ସାର୍‌, ଗୋଇଠା ବି ମାରିଲେ, ଭିଡିଓ ଭାଇରାଲ୍‌ ପରେ…

17/10/2021 at 6:14 PM

ଚେନ୍ନାଇ ୧୭/୧୦: ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଦଣ୍ଡନୀୟ ଅପରାଧ । ଏହା ସମସ୍ତଙ୍କୁ ଜଣା ଥିବା ବେଳେ କିଛି ଶିକ୍ଷକ ପିଲାଙ୍କୁ  ଦଣ୍ଡ ଦେଉଛନ୍ତି। ତାମିଲନାଡୁରେ ଜଣେ ଶିକ୍ଷକ ଶ୍ରେଣୀ ଗୃହରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବାର ଭିଡିଓ ଭାଇରାଲ୍‌ ହୋଇଛି । ଶିକ୍ଷକ ଜଣଙ୍କ ଛାତ୍ରଙ୍କୁ ଲାଠିରେ ମାଡ଼ ମାରିବା ସହ ଲାତ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଛାତ୍ରଙ୍କୁ ଶିକ୍ଷକ ପିଟୁଥିବାର ଏ ଦୃଶ୍ୟ ଅନ୍ୟ କେହି ଜଣେ ଛାତ୍ର ନିଜ ମୋବାଇଲ୍‌ରେ ସୁଟ୍‌ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଏବେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଘଟଣାଟି ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଚିଦାମ୍ବରମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ଘଟିଛି। ଛାତ୍ର ଜଣଙ୍କ ଗୋଟିଏ ଦିନ ସ୍କୁଲ ଆସିନଥିବାରୁ ଅଭିଯୁକ୍ତ ଶିକ୍ଷକ ସୁବ୍ରମଣ୍ୟମ ତାଙ୍କୁ ମାଡ଼ ମାରିଛନ୍ତି।  ଏନେଇ ଭିଡିଓ ଭାଇରାଲ୍‌ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି।

ପୀଡ଼ିତ ଛାତ୍ର ଏବେ  ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଛାତ୍ରଙ୍କ ବାପା କହିଛନ୍ତି, ‘ମୁଁ ମୋ ପିଲା ପାଇଁ ଚିନ୍ତିତ। ଏମିତି ବର୍ବର ଘଟଣା ପାଇଁ ଦୁଃଖୀ । ତାକୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।’ ଏହା ସହ ସେ ଛାତ୍ରଛାତ୍ରୀଙ୍କୁ ଆଘାତ ନଦେବା ପାଇଁ ସମସ୍ତ ଶିକ୍ଷକଙ୍କୁ ଅପିଲ ମଧ୍ୟ କରିଛନ୍ତି ।  

   Related Posts