Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିକ୍ଷକ ସାଜିଲେ ଉଦାହରଣ, କ୍ବାରେଣ୍ଟାଇନ୍ ସେଣ୍ଟରରେ ରହି ସ୍କୁଲକୁ କରୁଛନ୍ତି ସଫାସୁତରା

12/05/2020 at 9:27 AM

ବ୍ରହ୍ମପୁର ୧୨।୫: ଅନ୍ୟ ପାଇଁ ଉଦାହରଣ ସାଜିଲେ ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଖରଣିପଡା ସ୍କୁଲର ଶିକ୍ଷକ ସୀମାଞ୍ଚଳ ବେହେରା ୨୪ ଘଣ୍ଟା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ବିତାଉଛନ୍ତି । କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହିଥିବା ଫେରନ୍ତା ଓଡିଆଙ୍କ ସହ ମିଶି ସଫାସୁତରା କାର୍ଯ୍ୟରେ ନିଜକୁ ନିୟୋଜିତ ରହୁଛନ୍ତି ।

ଘର ଭଳି ମନୋଭାବ ରଖି ସ୍କୁଲକୁ ସଫାସୁତରା କରୁଛନ୍ତି । ଯେବେଠାରୁ କୋଭିଡ୍-୧୯ ସଂକ୍ରମଣ ଆରମ୍ଭ ହୋଇଛି ସେ ସେବେଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲରେ ରହି ସଫାସୁତରା କାର୍ଯ୍ୟ କରୁଛନ୍ତି । ଏଭଳି କାର୍ଯ୍ୟ କରି ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍ ଯୋଗେ ଜଣାଇଛନ୍ତି ।

   Related Posts