ଚାଲିଥିଲା ଜୁମ୍ କ୍ଲାସ: ହଠାତ୍ ସ୍ତ୍ରୀ ସହ ରୋମାନ୍ସରେ ମାତିଗଲେ କ୍ଲାସ୍ ଟିଚର

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦/୪ : ମହାମାରୀ ପାଇଁ ଅର୍ଦ୍ଧାଧିକ ସ୍ଥାନରେ ପିଲାଙ୍କ ପାଠପଢା ଠାରୁ ଆରମ୍ଭ କରି ଅଫିସ୍ ମିଟିଂ ସହ ସବୁ କିଛି ଜୁପ ଆପରେ ଚାଲୁଛି । ଏମିତିକି ନେତା ମନ୍ତ୍ରୀଙ୍କ ବୈଠକ ମଧ୍ୟ ଜୁମରେ ହେଉଛି । ତେବେ ଏହି ମିଟିଂ ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ଅନେକ ଅନେକ ଘଟଣାମାନ ଘଟିଥିବା ନଜିର ରହିଛି । ଯାହାକି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

କଲମ୍ୱିଆରେ ଘଟିଥିବା ଏକ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏଠାରେ ଜୁମରେ କ୍ଲାସ ଚାଲିଥିବାବେଳେ ହଠାତ୍ ସ୍ତ୍ରୀ ସହ ରୋମାନ୍ସରେ ମାତିଯାଇଥିଲେ ଜଣେ କ୍ଲାସ ଟିଚର । ଶିକ୍ଷକଙ୍କ ଏଭଳି କାରନାମା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେବା ପରେ ନିଜେ ଶିକ୍ଷକ ମଧ୍ୟ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି । ଡେଲି ମେଲ ରିପୋର୍ଟ ମୁତାବକ୍ ଏହି ଘଟଣା ଏକ କ୍ୟାଥୋଲିକ ସ୍କୁଲରେ ଘଟିଛି ।

ଘଟଣାରୁ ଜଣାପିଡିଛି ଯେ, ଅନଲାଇନରେ କ୍ଲାସ ସରିବା ପରେ ହଠାତ୍ ଶିକ୍ଷକଙ୍କ ସହ ସ୍ତ୍ରୀ ଆସି ସେଠି ପହଞ୍ଚିଯାଇଥିଲେ । ଆଉ ସ୍ତ୍ରୀଙ୍କୁ ଦେଖିବା ପରେ ରୋମାନ୍ସ କରିବାରେ ମଜ୍ଜିଯାଇଥିଲେ ଶିକ୍ଷକ । ତେବେ ସେ ଜୁମ୍ ଆପ ବନ୍ଦ କରିବାକୁ ଭୁଲିଯାଇଥିଲେ । ଫଳରେ ଲାଇଭ ହୋଇଯାଇଥିଲା ତାଙ୍କର ରୋମାନ୍ସ । ହଠାତ୍ ତାଙ୍କର ନଜର ପଡିଥିଲା କମ୍ପ୍ୟୁଟର ସ୍କ୍ରିନ ଉପରେ । ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଲାଇଭରେ ଅଛନ୍ତି । ଧଡପଡ ହୋଇ ଉଠି ସେ ବନ୍ଦ କରିଦେଇଥିଲେ । ତେବେ କେହି ଜଣେ ଏହାକୁ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.