Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଛାତ୍ରୀଙ୍କୁ ଅସଦାଚରଣ କରିବାରୁ ଶିକ୍ଷକଙ୍କୁ ପଂଚାୟତ ମଝିରେ ଛେପ ଚଟାଇଲା ପୋଲିସ

25/12/2018 at 3:11 PM

ବେଗୁସରାଇ ୨୫/୧୨ : ଇଏ ହେଉଛି ବିହାର | ଏଇଠି ପୋଲିସ ପଂଚାୟତର ସମସ୍ତ ନିଷ୍ପତ୍ତିକୁ ଲାଙ୍ଗୁଡ଼ ହଲାଇ ସହମତି ଜଣାଇଥାଏ | କୌଣସି ଅଭିଯୁକ୍ତକୁ ଗିରଫ କରିବା ବଦଳରେ ତାକୁ ଛେପ ଚଟେଇ ଉଠ ବସ କରେଇଥାଏ | ଏମିତି ଏକ ଅମାନୁଷିକ ଘଟଣା ଘଟିଛି ବିହାର ବେଗୁସରାଇରେ, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |


ସୂଚନାଯୋଗ୍ୟ ଯେ, ସମ୍ସତିପୁର ବିଥାନ ଥାନା ଅନ୍ତର୍ଗତ ପଛରୁଖିର ଶିକ୍ଷକ ରମେଶ କୁମାର ଯାଦବ ହସାନପୁର ବଜାରରେ ଏକ କୋଚିଂ ସେଣ୍ଟର ଚଳାନ୍ତି | ବେଗୁସରାଇର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିବାବେଳେ ଶିକ୍ଷକ ଧରା ପଡିଥିବା ଜଣାପଡିଥିଲା | ଯେଉଁଥିପାଇଁ ଛାତ୍ରୀ ଜଣକ କୋଚିଂ ଯିବା ବନ୍ଦ କରିଦେଇଥିଲେ | ଛାତ୍ରୀ କୋଚିଂ ସେଣ୍ଟର ନ ଆସିବାରୁ ଶିକ୍ଷକ ଛାତ୍ରୀଙ୍କ ଘରେ ପହଁଚିଯାଇଥିଲେ | ଛାତ୍ରୀଙ୍କ ଘରେ ଯାଇ ସେ ତାଙ୍କୁ ଭଲ ପାଉଥିବା କହିଥିଲେ | ଏତିକିବେଳେ ଛାତ୍ରୀଙ୍କ ଘରଲୋକେ ପହଁଚିଯାଇଥିଲେ | ଏହାପରେ ଗାଁରେ ବସିଲା ପଂଚାୟତ |

ଗାଁଲୋକେ ଶିକ୍ଷକକୁ ଘୋଷାଡ଼ି ନେଇଥିଲେ ପଂଚାୟତକୁ | ସ୍ଥାନୀୟଲୋକେ ଏହାପରେ ଶିକ୍ଷକକୁ ନିରଧୂମ ଛେଚିଥିଲେ | ପଂଚାୟତରେ ଗାଁର ସରପଂଚ ଏବଂ ପୋଲିସ ମଧ୍ୟ ଉପସ୍ଥିତ ଥିଲେ | ଏହାପରେ ଶିକ୍ଷକଙ୍କୁ ଛେପ ଚଟେଇଥିଲେ ଗାଁଲୋକେ | କେବଳ ସେତିକି ନୁହେଁ ଶିକ୍ଷକକୁ ଉଠବସ ମଧ୍ୟ କରିଥିଲେ | ଆଉ ଏସବୁ ଘଟଣା ଘଟିଥିଲା ପୋଲିସ ଉପସ୍ଥିତିରେ | ଆଉ ପୋଲିସ ଚୁପଚାପ ଛିଡା ହୋଇ ସବୁର ମଜା ନେଇଥିଲା | କିନ୍ତୁ ଗାଁ ଲୋକଙ୍କୁ ବିରୋଧ କରିନଥିଲା | ବରଂ ଥାନା ଅଧିକାରୀ ନିଜେ ଶିକ୍ଷକଙ୍କୁ ୪ ଚାପୁଡ଼ା ମାରିଥିଲେ | ତା’ପରେ ଶିକ୍ଷକଙ୍କୁ ଚଡି ଦେଇଥିଲେ | ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

   Related Posts