Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହୋମ୍‌ୱାର୍କ କରିନଥିଲା ଛାତ୍ର, ପିଟି ପିଟି ମାରିଦେଲେ ଶିକ୍ଷକ

21/10/2021 at 5:38 PM

ଜୟପୁର, ୨୧/୧୦: ଜୀବନ ରୂପକ ଅନ୍ଧକାରରୁ ଯିଏ ଆଲୋକକୁ ବାଟ ଦେଖାଏ ସିଏ ଗୁରୁ । ହେଲେ ଜଣେ ଗୁରୁ ଏତେ ନିର୍ଦ୍ଦୟ ହୋଇପାରେ ତାହା ଜୟପୁରରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ବାରି ହେଉଛି । ରାଜସ୍ଥାନରେ ଏପରି ଏକ ଘଟଣା ଘଟିଛି । ଯେଉଁଠାରେ ବୁଧବାର ଜଣେ ଘରୋଇ ସ୍କୁଲର ଶିକ୍ଷକ ସପ୍ତମ ଶ୍ରେଣୀର ଛାତ୍ରକୁ ପିଟି ପିଟି ମାରିଦେଇଥିବା ଜଣାପଡ଼ିଛି । ଶିକ୍ଷକ ମାଡ଼ ମାରୁଥିବା ବେଳେ ଛାତ୍ର ଜଣକ ବେହୋସ୍‌ ହୋଇଯାଇଥିଲା । ତାକୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତର ସେଠି ତାକୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ଏନେଇ ଉକ୍ତ ଶିକ୍ଷକକୁ ଗିରଫ କରିଛି ।

ସ୍ଥାନୀୟ ପୋଲସ୍‌ ଅଧିକାରୀ ସନ୍ଦୀପ ବିଶ୍ରୋଇଙ୍କ ସୂଚନା ମୁତାବକ, ୧୩ ବର୍ଷୀୟ ଗଣେଶ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ । ଶିକ୍ଷକ ଦେଇଥିବା ହୋମ୍‌ୱାର୍କ ସେ କରିନଥିଲେ । ଯେଉଁ କାରଣରୁ ଶିକ୍ଷକ ନିର୍ଦ୍ଦୟ ଭାବେ ତାଙ୍କୁ ପିଟିଥିଲେ । ଏଥିରେ ସେ ସଂଜ୍ଞାହୀନ ହୋଇଯାଇଥିଲେ । ହସ୍ପିଟାଲ୍‌କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଲିସ୍‌ ଡାକ୍ତରଖାନାରେ ପହଞ୍ଚି ମୃତଦେହର ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ପୋଲିସ୍‌ ଏ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଶିକ୍ଷକ ମନୋଜ କୁମାରଙ୍କୁ ଗିରଫ କରିଛି ।

ଏହି ଘଟଣାକୁ ନେଇ ଶିକ୍ଷାମନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଉକ୍ତ ସ୍କୁଲର ମାନ୍ୟତାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇନାହିଁ ସେହି ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ ନାହିଁ ବୋଲି ସେ କହିଛନ୍ତି ।

   Related Posts