କ୍ୱିନ୍ସଲ୍ୟାଣ୍ଡ : ଜନୈକ ବିବାହିତ ଶିକ୍ଷକ ତାଙ୍କର ଜଣେ ୧୬ ବର୍ଷ ବୟସ୍କା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ଲାଗି ୧୦ ବର୍ଷ ପର୍ଯ୍ୟନ୍ତ ପାଠପଢାରୁ ବହଷ୍କୃତ ହୋଇଛନ୍ତି। ସେ କୌଣସି ସ୍ଥାନରେ କାହାରିକୁ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ଅଷ୍ଟ୍ରେଲିଆ କ୍ୱିନ୍ସ ଲ୍ୟାଣ୍ଡ ସିଭିଲ ଏଣ୍ଡ ଆଡମିନେଷ୍ଚ୍ରେଟିଭ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି। ୩୦ ବର୍ଷ ବୟସ୍କ ଏହି ଶିକ୍ଷକ କେବଳ ବିଦ୍ୟାଳୟ ନୁହେଁ ଛାତ୍ରୀଙ୍କ ଘରକୁ ବି ଚାଲି ଯାଉଥିଲେ ବୋଲି ତାଙ୍କ ଅଭିଭାବକ ଅଭିଯୋଗ ଆଣିଥିଲେ।
{"id":175167}କେବଳ ଏହି ଜଣେ ଛାତ୍ରୀ ନୁହଁନ୍ତି ଅତୀତରେ ମଧ୍ୟ ସ୍କୁଲ କ୍ୟାମ୍ପ ବେଳେ ଜଣେ ଛାତ୍ରୀଙ୍କ ଶରୀରରେ ହସ୍ତସଞ୍ଚାଳନା କରିଥିବା ନେଇ ଅଭିଯୋଗ ହୋଇଥିଲା। ତମାମ ଅଭିଯୋଗ ଓ ସାକ୍ଷପ୍ରମାଣ ଆଧାରରେ ଟ୍ରିବ୍ୟୁନାଲ ଶିକ୍ଷକଙ୍କ ପାଠପଢା ଉପରେ କଟକଣା ଲଗାଇଛନ୍ତି। ଟ୍ରିବ୍ୟୁନାଲରେ ଶିକ୍ଷକ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ହେଲେ ସାକ୍ଷ ଓ ପ୍ରମାଣ ଆଧାରରେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପାଠପଢାରୁ ବ୍ୟାନ କରାଯାଇଛି।
{"id":175168,"width":580,"height":326}ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ତେବେ ଟ୍ରିବ୍ୟୁନାଲ ନିଲମ୍ୱନ ଦିନ ଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ପାଠପଢାଇବାରୁ ବହିଷ୍କାର କରିଛନ୍ତି। ତାଙ୍କଭଳି ଶିକ୍ଷକ ବିଦ୍ୟାଳୟରେ ଛାତ୍ରୀଙ୍କ ମଧ୍ୟରେ ଅସୁରକ୍ଷାର ବାତାବରଣ ସୃଷ୍ଟି କରୁଥିବାରୁ ତାଙ୍କପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୋର୍ଟ କହିଛନ୍ତି।