Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶିକ୍ଷୟତ୍ରୀଙ୍କ ଅପମୃତ୍ୟୁ କାରଣ ଜଟିଳ : ୨୦ବର୍ଷ ସାନ ପୁରାତନ ଛାତ୍ରଙ୍କ ସହ ଲିଭ୍‌-ଇନ୍‌ ରହୁଥିଲେ, ବାହାଘର କଳିରୁ ହେଲା ମନାନ୍ତର

26/04/2021 at 2:45 PM

ଭୁବନେଶ୍ୱର୨୬।୦୪: କଥାରେ ଅଛି ପ୍ରେମ ଅନ୍ଧ । ନା ଦେଖେ ଜାତି , ଧର୍ମ ଓ ବୟସ । କାହାକୁ କେତେବେଳ ଯେ ପ୍ରେମ ହୋଇଯାଏ, ତାହା ବୁଝିବା ଅସମ୍ଭବ । ଭୁବନେଶ୍ୱରରୁ ଏପରି ଏକ ଅନ୍ଧ ପ୍ରେମ ଏବଂ ଏହାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଠ ପଢାଉଥିବା ଛାତ୍ରଙ୍କ ପ୍ରେମରେ ପଡିଯାଇଛିଥିଲେ ଶିକ୍ଷୟତ୍ରୀ । ଛାତ୍ରଙ୍କ ବୟସ ୨୩କୁ , ଶିକ୍ଷୟତ୍ରୀଙ୍କ ବୟସ ୪୩ । ଉଭୟ ବିବାହ କରିବାକୁ ମନସ୍ଥ କଲେ, ଏବଂ ଲିଭ୍‌-ଇନ୍‌ରେ ରହିଲେ । କିନ୍ତୁ ଯୁବକ ବିବାହ କରିବାକୁ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି ଇଂରାଜୀ ଶିକ୍ଷୟତ୍ରୀ ଶବନମ୍‌ ବର୍ମା ।

ରବିବାର ଦିନ ଅପରାହ୍ନ ୧ ଟା ସମୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଲା । ଫୋନ୍‌ କଲ୍‌ରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଥିଲା । ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳର ପହଞ୍ଚି ଶବନମ୍‌ର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ଶୋଇବା ଘରର ଖଟ ଉପରେ ତାଙ୍କ ମୃତଦେହ ଝୁଲୁଥିଲା । ଆଣ୍ଠୁ ଯାଏଁ ଖଟକୁ ଲାଗିଥିଲା । ୨ ଗୋଡ଼ର ଭାରାରେ ଶରୀର ବସିବା ଭଙ୍ଗୀରେ ରହିଥିଲା । ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ତାଙ୍କ ବେକକୁ ଗୁଡ଼ା ଯାଇ ପାଇପ୍‌ଟିକୁ ଫ୍ୟାନ୍‌ରେ ବନ୍ଧାଯାଇଛି । ଝୁଲନ୍ତା ଶରୀର ପାଖରେ ଏକ ନାଲି ରଙ୍ଗର ପ୍ଲାଷ୍ଟିକ୍‌ ଚେୟାର ପଡ଼ିଛି । ଶବନମ୍‌ ଏକ ନାଲି ରଙ୍ଗର ପୋଷାକ ପିନ୍ଧିଥିଲେ । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁରୁଷ ବନ୍ଧୁ ରୋହନ ଓରାମ୍‌ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସ ଘର ମାଲିକ ଓ ପାଖ ପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି । ପୂର୍ବରୁ ଶବନମ୍‌ଙ୍କ ପରିବାରବର୍ଗଙ୍କୁ  ମୃତ୍ୟୁ ନେଇ ଖବର ଦିଆଯାଇଛି ।

ସେପଟେ ଘର ମାଲିକଙ୍କ ବୟାନ ଅନୁଯାୟୀ, ସିଦେ୍ଧଶ୍ୱର ନଗରର ପ୍ଲଟ ନମ୍ବର ୯୩୫/୫୩୯୩ର ଦ୍ୱିତୀୟ ମହଲାରେ ଶବନମ୍‌ ୨ ବର୍ଷ ତଳୁ ରହୁଥିଲେ । ଅଧିକାଂଶ ଥର ରୋହନ ତାଙ୍କ ଘରକୁ ଯିବା ଆସିବା କରନ୍ତି । ରୋହନଙ୍କୁ ସେ ନିଜର ସମ୍ପର୍କୀୟ ଭାଇ ବୋଲି ପରିଚୟ ଦେଉଥିଲେ । ପୁରୁଷବନ୍ଧୁଙ୍କ ଘର ହେଉଛି କୋରାପୁଟ ସୁନାବେଡ଼ା ଅଞ୍ଚଳରେ । ସେ ପଶ୍ଚିମବଙ୍ଗରେ ଏକ ସଫ୍ଟୱେର କମ୍ପାନିରେ କାମ କରନ୍ତି ବୋଲି ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶବନମ୍‌ ବର୍ମା ଇଂରାଜୀ ପାଠ ପଢାନ୍ତି । ତାଙ୍କ ଘର ବିହାର ପାଟଣା ସହରରେ ।  ଶବନମ୍‌ ୨ ବର୍ଷ ତଳେ କୋରାପୁଟର ଏକ ଇଂରାଜୀ ସ୍କୁଲରେ ପଠା ପଢାଉଥିଲେ । ସେଠାରେ  ରୋହନ ଓରାମ୍‌ଙ୍କ ଶବନମ୍ ପାଠ ପଢାଉଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଇତିମଧ୍ୟରେ ଶବନମ୍‌ଙ୍କର ଭୁବନେଶ୍ୱରରେ ଉପକଣ୍ଠରେ ଥିବା ଏକ ସ୍କୁଲରେ ଚାକିରି ହୋଇଯାଇଥିଲା । ଯାହାଫଳରେ ତାଙ୍କୁ କୋରାପୁଟ ଛାଡି ଭୁବନେଶ୍ୱରର ଜାଗମରାରେ ଘର ଭଡ଼ା ନେଇ ରହିବାକୁ ଲାଗିଥିଲେ । ମଝିରେ ମଝିରେ ରୋହନ ଏଠାକୁ ଆସନ୍ତି। ଉଭୟଙ୍କ ମଧ୍ୟରେ ୭ବର୍ଷରୁ ଅଧିକ ଦିନ ହେଲା ସଂପର୍କ ରହିଆସିଛି । ତେବେ ରବିବାର ଦିନ କୌଣସ କାରଣକୁ ନେଇ ରୋହନ ଓ ଶବମନ୍‌ ମଧ୍ୟରେ ଝଗଡା ହୋଇଥିଲା । ଯାହାପରେ ରୋହନ୍‌ ନିଜ ପାତ୍ରପଡ଼ା ଘରକୁ ଯାଇଥିଲା । ଏହାପରେ ଶବନମ୍‌ ବାରମ୍ବାର କଲ୍‌ କରିଥିଲେ ମଧ୍ୟ ରୋହନ ଫୋନ୍‌ ଉଠାଇନଥିଲା । ଏଥିରେ ଶବନମ୍‌ ରାଗିଯାଇ ଧମକ ଭରା ମେସେଜ୍‌ ଦେଇଥିଲା । ତୁ ତୁରନ୍ତ ଘରକୁ ଆସେ, ନହେଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିଥିଲେ । ପୋଲିସ ଜେରା ବେଳେ ରୋହନ ଏକଥା କହିଛି ବୋଲି ସୂଚନା ରହିଛି ।

   Related Posts