ଏମାନେ ଦେବେ ଶିକ୍ଷାଦାନ ! ଶିକ୍ଷକ ଚାକିରୀ ପାଇଁ ନୂଆ କୌଶଳରେ କରୁଥିଲେ କପି, ଧରିପକାଇଲା ପୋଲିସ୍‌...

Published By : Prameya-News7 Bureau | September 27, 2021 IST

ଜୟପୁର, ୨୭/୦୯: ରାଜସ୍ଥାନରେ ଶିକ୍ଷକ ଚୟନ ପରୀକ୍ଷାରେ ଅତ୍ୟାଧୁନିକ ଉପାୟରେ କପି କରୁଥିବା ଏକ ଗ୍ରୁପକୁ ଧରିଛି ପୋଲିସ । ଏମାନଙ୍କର ଠକେଇ ଶୈଳୀ ବିଷୟରେ ଶୁଣିଲେ ଆପଣ ବି କାବା ହୋଇଯିବେ।  ପରୀକ୍ଷା ପାଇଁ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କର ଭିଡ଼ ହୋଇଥିବା ବେଳେ ଏଥିରେ କିନ୍ତୁ କିଛି ପରୀକ୍ଷାର୍ଥୀ ଶହେ ଶହେରେ ଖେଳ କରିଥିଲେ, ହେଲେ ଧରାପଡ଼ିଗଲେ।

ଏହି ପରୀକ୍ଷାର୍ଥୀ ଏମିତି ଭାବେ ପରୀକ୍ଷାରେ କପି କରିବା ପାଇଁ କୌଶଳ କରିଥିଲେ ଯେ, କେହି ବି ଯେମିତି ଟେର୍‌ ପାଇନଥାନ୍ତେ। ପୋଲିସ  ୬ଜଣଙ୍କୁ ଅଟକ ରଖିଛି । ଏମାନେ ପରୀକ୍ଷାର୍ଥୀଙ୍କୁ ବ୍ଲୁ ଟୁଥ ଚପଲ ବିକ୍ରି କରିଥିଲେ । ଗୋଟିଏ ବ୍ଲୁ ଟୁଥ ଚପଲର ଦାମ୍‌ ୬ ଲକ୍ଷ ଟଙ୍କା। ରାଜସ୍ଥାନ ଇଲିଜିବିଲିଟି ଏକ୍ଜାମିନେସନ ଫର ଟିଚର୍ସ ବା ରିଟ ପାଇଁ ରାଜ୍ୟର ବିଭିନ୍ନ ସେଣ୍ଟରରେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭିଡ଼ ହୋଇଥିଲା। ୩୧ ହଜାର ପୋଷ୍ଟ ପାଇଁ ୧୬ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  ସ୍ଥିତି ଏମିତି ହୋଇଥିଲା ଯେ ବସ ଷ୍ଟାଣ୍ଡରେ ଶୋରିଷ ପକାଇବାକୁ ଜାଗା ମିଳିନଥିଲା। କୋଭିଡ ସମୟ ଦେଖି ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ସରକାର ଆୟୋଜନ କରିଥିଲେ। ଏମିତି ଆୟୋଜନ ଦେଖି ପରୀକ୍ଷାର୍ଥୀ ଖୁସ ଥିଲେ କିନ୍ତୁ ଏବେ ପରୀକ୍ଷାର୍ଥୀଙ୍କମନ ଆମ୍ବିଳା। କାରଣ ପରୀକ୍ଷାରେ ହୋଇଛି ବ୍ୟାପକ କାରସାଦି।  

ବିକାନେରରେ ଚାଲିଥିଲା କିଣାବିକା । ବ୍ଲୁ ଟୁଥ ଚପଲ ମାଧ୍ୟମରେ ପରୀକ୍ଷାରେ ବସିଥିଲେ ମୁନ୍ନାଭାଇ ଟିଚର । ହେଲେ ଏହି ମୁନ୍ନାଭାଇ ଟିଚରଙ୍କ ସର୍କିଟ ବାହାରେ ରହିଥିଲା। ପରୀକ୍ଷାର୍ଥୀଙ୍କ କାନରେ ଲାଗିଥିଲା ଛୋଟ ମାଇକ୍ରୋଫୋନ । ଏହି ମାଇକ୍ରୋଫୋନର ରଙ୍ଗ ମଣିଷର ଚମ ରଙ୍ଗର। ତେଣୁ କାନରେ ଲାଗିଥିଲେ ବି ଖାଲି ଆଖିରେ ଦେଖାଯିବନି।  ମାଇକ୍ରୋଫୋନରେ ବାହାରୁ ଆନସର ଡାକୁଥିଲେ  କାର୍ପଟଦାର। ପରୀକ୍ଷା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ବ୍ଲକ କରିଦିଆଯଇଥିଲେ ମଧ୍ୟ ବ୍ଲୁଟୁଥ ଜରିଆରେ ଏମାନେ ନିଜ କାମ କରେଇନେଉଥିଲେ।

ବିକାନେରରେ ଗୋଟିଏ ଗୋଟିଏ ବ୍ଲୁ ଟୁଥ ଚପଲ ବିକା ହୋଇଥିଲା ୬ ଲକ୍ଷ ଟଙ୍କାରେ । ହେଲେ ବ୍ଲୁଟୁଥ ଚପଲ ସ୍କାମ ବିଷୟରେ ଖବର ପାଇଥିଲା ପୋଲିସ। ବିକାନେରର ଆଚାର୍ଯ୍ୟ ଶ୍ରୀ ଧରମ ସାଗର ଦିଗମ୍ବର ଜୈନ ସ୍କୁଲରେ ପରୀକ୍ଷା ଦେବାକୁ ବସିଥିବା ଗଣେଶରାମ ଧାକାଙ୍କର କାନରୁ ଇୟରଫୋନ ଧରାପଡ଼ିଥିଲା। ଏହାପରେ ଧାକାଙ୍କୁ ନେଇ ଜେରା କରାଯାଇଥିଲା। ଆଉ ସେ ସବୁ ମାନିଯାଇଥିଲେ। ଏହାପରେ ଜଣେ ମହିଳାଙ୍କ ସମେତ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଆଉ ବିକାନେର ବ୍ଲୁଟୁଥ ଚପଲ ଏବେ ସାରା ଦେଶରେ ଚହଳ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.