Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ବଳପୂର୍ବକ ନାବାଳିକା ସହ ଶାରିରୀକ ସଂପର୍କରୁ ଗର୍ଭବତୀ ଅଭିଯୋଗ, ଶିକ୍ଷକ ଗିରଫ

18/05/2020 at 9:52 PM

ମାଲକାନଗିରି୧୮/୫: ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା। ନାବାଳିକାଙ୍କୁ ଗର୍ଭବତୀ କରି ଶିକ୍ଷକ ଗିରଫ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଥାନା ଅନ୍ତର୍ଗତ କିଚିପାଲି ଗ୍ରାମର ବାସିନ୍ଦା ତଥା ଚାଲାନଗୁଡା ପଞ୍ଚାୟତର ଅନ୍ତର୍ଗତ ନୂଆଗୁଡା ଗ୍ରାମ୍ୟ ବିଦ୍ୟାଳୟର ଶିକ୍ଷକ ସରା ପଡ଼ିଆମୀ (୨୫)ଙ୍କୁ ଆଜି ପୁଲିସ ଗିରଫ କରିଛି।

ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ଥିବା ତାଙ୍କ ପରିବାର ଲୋକେ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଭାଇ ଗତକାଲି ଏନେଇ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଥାନା ଆଇଆଇସି ରାମପ୍ରସାଦ ନାୟକ ଥାନା କେସ ନମ୍ବର ୧୫୫/୨୦୨୦ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଶ୍ରୀ ପଡ଼ିଆମୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଆଜି ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

   Related Posts