କଳାହାଣ୍ଡିରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ : ଶିକ୍ଷକ ଗରଫ

Published By : Prameya-News7 Bureau | October 06, 2018 IST

କଳାହାଣ୍ଡି ୬|୧୦:  କଳାହାଣ୍ଡି ଜିଲ୍ଲା ମଥୁରା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସେହି ସ୍କୁଲର ଶିକ୍ଷକ ସଂଜୀବ ପଣ୍ଡାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଶିକ୍ଷକ ସଂଜୀବ ପଣ୍ଡା ସଂପୃକ୍ତ ଛାତ୍ରୀଙ୍କୁ ସ୍କୁଲର ଏକ କୋଠରୀକୁ ନେଇ ଗୋଡ ଘସିବା ବାହାନାରେ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ  ।ତେବେ ଛାତ୍ରୀ ଜଣକ ଘରକୁ ଫେରି ଆଉ ସ୍କୁଲ ନ ଯିବାକୁ ଜିଦ୍ ଧରିବାରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏ ନେଇ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର । ପୋଲିସ ମାମଲା ରୁଜୁ କରି ଶିକ୍ଷକଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କୁ ଗିରଫ କରିଛି । ପୂର୍ବରୁ ଅଭିଯୁକ୍ତ ଶିକ୍ଷକ ସଂଜୀବ ପଣ୍ଡା ମଦ ପିଇ ସ୍କୁଲକୁ ଆସୁଥିବା ଅଭିଯୋଗ ହୋଇଥିଲା । ସେହିପରି କାର୍ଯ୍ୟରେ ଅବହେଳା ମାମଲାରେ ପୂର୍ବରୁ ସେ ନିଲମ୍ବିତ ମଧ୍ୟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.