ଶିକ୍ଷୟିତ୍ରୀଙ୍କୁ ଟଣାଓଟରା କରି ଜୋତାମାଡ ଖାଇଲେ ଶିକ୍ଷକ, ଗିରଫ କଲା ପୋଲିସ : ପୂର୍ବରୁ ଜେଲ୍ ଯାଇ ହୋଇଥିଲେ ନିଲମ୍ବିତ

Published By : Prameya-News7 Bureau | June 29, 2021 IST

ଆନନ୍ଦପୁର ।୬: ଜଣେ ଅବିବାହିତା ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରେ ଟଣା ଓଟରା କରି ଜଣେ ବିବାହିତ ଶିକ୍ଷକ ଗିରଫ ହେବାପରେ ଜେଲ୍ କୁ ଯାଇଛଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ଠାରେ । ସୋମବାର ସ୍କୁଲରେ ପୀଡିତା ଶିକ୍ଷୟିତ୍ରୀଙ୍କୁ ଏକାକୀ ପାଇ ଶିକ୍ଷକ ମଙ୍ଗେସ ବେହେରା ଭିଡାଭିଡି କରିବା ସହ ମୋବାଇଲରେ ଫଟୋ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ କବଳରୁ କୌଣସି ଉପାୟରେ ଖସି ଆସିଥିଲେ ।

{"id":472957,"sizeSlug":"large","linkDestination":"none"}

ପରେ ଶିକ୍ଷୟିତ୍ରୀ ଜଣଙ୍କ ଶିକ୍ଷକ ମଙ୍ଗେସଙ୍କ ମୋବାଇଲ ଫୋନ ଛଡାଇ ଭାଙ୍ଗିବା ସହ ଜୋତାରେ ମଧ୍ୟ ପିଟି ଥିଲେ । ବହୁଦିନ ଧରି ମଙ୍ଗେସ୍ ପୀଡିତା ଶିକ୍ଷୟିତ୍ରୀଙ୍କ ଉପରେ କୁଦୃଷ୍ଟି ରଖିବା ଓ ଅଶ୍ଳୀଳ ଇଙ୍ଗିତ କରୁଥିବା କହିଛନ୍ତି ପୀଡିତା । ମଙ୍ଗେସ୍ ବିବାହିତ ଓ ତାଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଏପରିକି ସେ ଜେଲ୍ ଯାଇ ପୂର୍ବରୁ ଚାକିରୀରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି । ମଙ୍ଗଳବାର ଥାନାରେ ଏନେଇ ପୀଡିତାଙ୍କ ତରଫରୁ ଏତଲା ପରେ ପୋଲିସ ମଙ୍ଗେସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.