ଛାତ୍ରଛାତ୍ରୀଙ୍କୁ ନକଲି ବି.ଇ.ଡି ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ
9/12/2019 at 10:41 PM

ଜୟପୁର ୦୯।୧୨ – ଛାତ୍ରଛାତ୍ରୀଙ୍କୁ ନକଲି ବି.ଇ.ଡି ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ । ମାଲକାନଗିରି ଜିଲ୍ଲାରେ ଅରୁଣ ସେନ ନାମକ ଜଣେ ଶିକ୍ଷକଙ୍କ କାରନାମାକୁ ନେଇ ଚର୍ଚ୍ଚା ।
ପ୍ରତି ଛାତ୍ରଛାତ୍ରୀଙ୍କ ଠାରୁ ଦେଢ ଲକ୍ଷେ ଲେଖାଏଁ ନେଇ ବିହାରର ଲଳିତ ନାରାୟଣ ମିଥିଲା ବିଶ୍ବ ବିଦ୍ୟାଳୟରୁ ଜାଲ ସାର୍ଟିଫିକେଟ୍ ଆଣୁଥିଲେ । ପଇସା ନେବା ବେଳେ ବର୍ଷେ ପରେ ପରୀକ୍ଷା ହେବ, ପରୀକ୍ଷା ପରେ ସାର୍ଟିଫିକେଟ୍ ମିଳିବ ବେ।ଲି କହିଥିଲେ । କିନ୍ତୁ ନିକଟରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ମିଳିବା ପରେ ସନ୍ଦେହ ହେ।ଇଥିଲା ।
ଯାଞ୍ଚ କରିବା ପରେ ସାର୍ଟିଫିକେଟ୍ ଗୁଡିକ ନକଲି ବେ।ଲି ଜଣାପଡିଥିଲା । ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ଠକେଇର ଶୀକାର ଛାତ୍ର ଛାତ୍ରୀ । ପୋଲିସ ଘଟଣାର ତଦନ୍ତ କରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।