Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ନାଲି ପାଣି କଲା ବାୟା: ଦୋକାନ ବେଞ୍ଚରେ ଥାନା ବାବୁ, ସ୍କୁଲ ଭିତରେ ପ୍ରଧାନ ଶିକ୍ଷକ…

6/02/2020 at 9:56 PM

ସାଲେପୁର୬/୧: ମଦ ଏବେ ଆମ ଦୈନନ୍ଦିନ ଜୀବନରେ ଏମିତି ପ୍ରବେଶ କରିଗଲାଣି ଯେ ଲୋକେ ଡ୍ୟୁଟି ଆୱାରରେ ବି ଚଢ଼େଇ ଦେଇ ଆସୁଛନ୍ତି। ଆଉ ସେପଟେ ଯାହା ପେଟରେ ଚଢ଼ିଯାଉଛି ସେମାନେ କଣ ଠିକ୍‌ କଣ ଭୁଲ୍‌ ଭୁଲିଯାଉଛନ୍ତି।  ସବୁ ସଠିକ ଲାଗେ ଯଦି ପେଟରେ କିଛି ପଡ଼ିଯାଇଥାଏ ଏହି ନାଲିପାଣି।

ନାଲିପାଣିର ତିନି ଅବତାର। (ଟ୍ରିପିଲ୍‌ ୱିଣ୍ଡୋ କରିବା) ସ୍ଥାନ ୩ ଏବଂ ଚରିତ୍ର ୩ କିନ୍ତୁ ସମାନତା ହେଲା ପେଟରେ ପଡିଛି ନାଲିପାଣି। ପ୍ରଧାନଶିକ୍ଷକ ମଦ ପିଇ ସ୍କୁଲରେ ଟଳୁଥିବା ଅବସ୍ଥାରେ ଲୋକେ ତାଙ୍କୁ ଘେରିଯାଇଥିଲେ। ପାଟିରୁ କଥା ବାହାରୁ ନଥିଲା ସେପଟେ କିନ୍ତୁ ଗାଁର ଅଭିଭାବକମାନେ ଘେରିଛନ୍ତି। ଏମିତିକି ଜଣେ ଅଭିଭାବକ ଶିକ୍ଷକଙ୍କୁ ଧକ୍କା ପକାଇଥିଲେ। ପ୍ରଧାନଶିକ୍ଷକ ରବୀନ୍ଦ୍ର ଦେଉରୀ ପଡ଼ିଯାଇଥିଲେ। ରବୀନ୍ଦ୍ର ସାର କୁଆଡେ ସବୁଦିନ ଏମିତି ସ୍କୁଲକୁ ମଦ ପିଇ ଆସନ୍ତି ଆଉ ପାଠପଡ଼ା ଗାତ ଚୁଲିକୁ ଯାଏ।  

ସେହିପରି ଆଉ ଜଣେ ମହାଶୟ ହେଉଛନ୍ତି ଜଣେ ପୋଲିସ ଇନସ୍ପେକ୍ଟର। ସଚିଦାନନ୍ଦ କିଶାନ ବେତନଟୀ ଥାନାରେ କାମ କରନ୍ତି । ମଦ ପିଇ ଏବେ ଏମିତି ଅବସ୍ଥାରେ ପଡ଼ିନ୍ତି ।  କୁଆଡ଼େ ଯିବେ ତେଣୁ ଏକ ପାନ ଦୋକାନ ବେଞ୍ଚରେ ଶୋଇପଡ଼ିନ୍ତି । ତେବେ ତାଙ୍କର ଏହି ମଦ ଲୋଭ ଶେଷରେ ତାଙ୍କର ଚାକିରୀ ଖାଇଛି। ଇଏତ ପୋଲିସ ବାବୁ ଚାକିରୀ ଗଲା କିନ୍ତୁ ଏ ମହାଶୟଙ୍କୁ କିଏ ଦଣ୍ଡ ଦେବ। କାରଣ ଏଠି ତ ପୋଲିସ ନାଚାର।

 ଆଉ ଏକ ଦୃଶ୍ୟ ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଗାଡ଼ି କାଗଜପତ୍ର ଚେକ କରିବାକୁ ଅଟକାଇବାରୁ ସଂପୃକ୍ତ ଡ୍ରାଇଭର ହୋମଗାର୍ଡଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରଥିଲେ ।  ହୋମଗାର୍ଡ ଜଣଙ୍କ  ହେଲେ ସମୀର ରାଉଳ, ମାଲଗୋଦାମ ଥାନାରେ କାମ କରନ୍ତି । ଡ୍ୟୁଟିରେ ଅଛନ୍ତି ବୋଲି ନିଜକୁ ନିୟନ୍ତ୍ରଣରେ ରଖିଛନ୍ତି କିନ୍ତୁ ବିଚ୍‌ ରାସ୍ତାରେ ତାଙ୍କୁ ଏହି ବ୍ୟକ୍ତି ଅପମାନିତ କରିଛନ୍ତି।

   Related Posts