Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସ୍କୁଲ ବାଥ୍‌ରୁମ୍‌ରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ଶିକ୍ଷୟତ୍ରୀ ଓ ସ୍ଥାନୀୟ ଥାନା ଅଧିକାରୀ ନିଲମ୍ବିତ

28/11/2019 at 2:12 PM

ରମାଲା୨୮/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରୀଙ୍କୁ ସ୍କୁଲ ବାଥରୁମ୍‌ରେ ତିନିଜଣ ଛାତ୍ର ମିଶି ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ସ୍କୁଲର ଶିକ୍ଷୟତ୍ରୀ ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଉତ୍ତରପ୍ରଦେଶର ବଗପତର ରମାଲା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ଗତ ବୁଧବାର ଶିକ୍ଷୟତ୍ରୀ ଓ ପୀଡ଼ିତାଙ୍କ ଘର ଲୋକ ଏସପି ​ପ୍ରତାପ ଗୋପେନ୍ଦ୍ର ଯାଦବଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏସପିଙ୍କ ସହ ପୀଡ଼ିତାଙ୍କ ଘର ଲୋକ ଏବଂ ଶିକ୍ଷୟତ୍ରୀ ଉଭୟ ଏହି ଘଟଣା ସଂପର୍କରେ ଆଲୋଚନା କରିଥିଲେ।  ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେବା ପରେ ପୀଡ଼ିତାଙ୍କ ପରିବାର ଲୋକ ଫେରି ଆସିଥିଲେ।

ସୂଚନା ଅନୁସାରେ ଗତ ଅଗଷ୍ଟ ୧୬ ତାରିଖରେ ତିନିଜଣ ଛାତ୍ର ମିଶି ଜଣେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ କହିଲେ ପୀଡ଼ିତାଙ୍କୁ ସ୍କୁଲରେ ପାଠ ପଢ଼ାଇ ଦେବେ ନାହିଁ ବୋଲି ଅଭିଯୁକ୍ତ ଛାତ୍ର ତାଙ୍କୁ ଧମକ ଦେଇଥିଲେ।  ଗତ ଅଗଷ୍ଟ ମାସରେ ଘଟିଥିବା ଘଟଣା ସଂପର୍କରେ ପୀଡ଼ିତା ଏବେ ନିଜ ପରିବାର ଲୋକଙ୍କୁ କହିଛନ୍ତି। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏସପି ନିଜେ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଥିଲେ।

ଏହି ଘଟଣାର ତିନି ମାସ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ଶିକ୍ଷୟତ୍ରୀଙ୍କ ମଧ୍ୟସ୍ଥତାରେ ଏହି ଘଟଣାକୁ ଚାପି ଦେବାକୁ ଚାହୁଁଥିଲେ। କିନ୍ତୁ ଏସପି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ବାଳାଶ୍ରମ ପଠାଇ ଦେଇଛନ୍ତି। ଏହି ଘଟଣାକୁ ଚାପି ଦେବା ପାଇଁ ସ୍କୁଲର ଶିକ୍ଷୟତ୍ରୀ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଅଫର କରିଥିବା କଥା ପୀଡ଼ିତାଙ୍କ ପରିବାର ଲୋକ କହିଥିଲେ। ଏହାପରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ସ୍ଥାନୀୟ ଥାନା ଅଧିକାରୀ ମଧ୍ୟ ନିଲମ୍ବିତ କରାଯାଇଛି।

   Related Posts