ଘରେ ଘରେ ତିଆରି ହେଉଥିବା ଚା’ ଏବେ ବିପଦରେ, ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | July 20, 2019 IST

ଗହ୍ବାଟୀ୨୦|୭: ସାଧାରଣତଃ ବର୍ଷା ଦିନ ବା ଶୀତ ଦିନରେ ଲୋକେ ଚା ପିଇବା ପସନ୍ଦ କରନ୍ତି। କିନ୍ତୁ କିଛି ଲୋକେ ବର୍ଷର ୧୨ ମାସ ଚା ପିଇବାକୁ ଭଲ ପାଆନ୍ତି। ଚା ସ୍ବାସ୍ଥ୍ୟ ପାଇଁ ଭଲ ଅଭ୍ୟାସ ନଥିଲେ ମଧ୍ୟ ଲୋକେ ଏହି ଅଭ୍ୟାସରେ ଅଭ୍ୟସ୍ତ। ଚଳିତ ବର୍ଷ ଚା ଉତ୍ପାଦନ ୮ପ୍ରତିଶତ କମିବା ଆଶଂକା ସୃଷ୍ଟି ହୋଇଛି। କାରଣ ପୂର୍ବାଞ୍ଚଳ ରାଜ୍ୟରେ ଏଥର ବହୁତ ବର୍ଷା ହୋଇଛି। ଚାଷୀଙ୍କ କହିବା ଅନୁସାରେ ଯଦି ଏହି ପରିସ୍ଥିତି ଆଗାମୀ ସପ୍ତାହେ ଯାଏଁ ଲାଗି ରହେ ତାହେଲେ ଏଥର ଚା ଉତ୍ପାଦନ ଆହୁରି କମ ହେବ। ଗତ ବର୍ଷ ଆସାମ ଚା ବଗିଚାରେ ୬୪.୫୧ କୋଟି କିଲୋ ଚାହା ପତି ଉତ୍ପାଦନ ହୋଇଥିଲା।

{"id":135582}


ଆଗାମୀ ୫-୬ ଦିନ ମଧ୍ୟରେ ବର୍ଷା ନକମିଲେ ଅନେକ କ୍ଷତି ହେବ। ଚାଷୀଙ୍କ ଅନୁସାରେ ବ୍ରହ୍ମପୁତ୍ର ନଦୀର ପାଖାପାଖି ଚା ବଗିଚା ସବୁ ପାଣିରେ ବୁଡିଯାଇଛି। ଏହା ଦ୍ବାରା ଚା ବଗିଚାରେ ୧୫ ପ୍ରତିଶତ କ୍ଷତି ହୋଇପାରେ। ଏଥର ଆସାମର ୩୦ ଜିଲ୍ଲା ବନ୍ୟାରେ ବୁଡିଯାଇଛି। ଏହି ବନ୍ୟାରୁ ୪,୧୫୭ଟି ଗାଁର ୪୫୯ ଲୋକ ପ୍ରଭାବିତ ହୋଇଛନ୍ତି। କାଜିରଙ୍ଗା ନ୍ୟାସନାଲ ପାର୍କ ୯୦ ପ୍ରତିଶତ ପାଣିରେ ବୁଡି ଯାଇଯାଇଛି।

{"id":135583}


ଜୟଶ୍ରୀ ଟି ଇଣ୍ଡଷ୍ଟ୍ରି ଅନୁସାରେ ଜୁଲାଇରେ ଖରା ନହୋଇଥିବାରୁ ଚା ବଗିଚାରେ ଗଛ ସୁଖିଗଲାଣି। ଏଥିସହ ଚା ଉତ୍ପାଦନ ହେବା ପାଇଁ ପାଖାପାଖି ୩୫ ଡିଗ୍ରି ତାପମାତ୍ରା ଜରୁରୀ ହୋଇଥାଏ। କିନ୍ତୁ ବର୍ଷା ପାଇଁ ତାପମାତ୍ରା କମ ରହୁଛି ଫଳରେ ଚା ଉତ୍ପାଦନରେ ଅସୁବିଧା ହେଉଛି। ଚାଷୀ ଏବେ ଚା ଚାଷକୁ ନେଇ ଚିନ୍ତିତ ଅଛନ୍ତି। ଫଳରେ ଆଗାମୀ କିଛି ମାସ ଚାର ଦାମ ମଧ୍ୟ ବଢିପାରେ। ୨୦୧୯ ମସିହାରେ ଭାରତରେ ୩୨୨ଲକ୍ଷ କିଲୋ ଚା ଉତ୍ପାଦନ ହୋଇଥିଲା ଯାହା ଗତ ବର୍ଷ କମ ହୋଇଥିଲା। କିନ୍ତୁ ପରିସ୍ଥିତି ଅନୁସାରେ ଏବେ ଚା ଉତ୍ପାଦନ କମ ହେବାର ଆଶଂକା ଅଛି।

{"id":135584}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.