Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନନ୍ତପୁରରେ ଟିଡ଼ିପି ୱାଇଏସଆରସିପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ : ଟିଡ଼ିପି ନେତାଙ୍କ ମୃତ୍ୟୁ

11/04/2019 at 2:14 PM

ଅନନ୍ତପୁର ୧୧/୪ : ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଟିଡ଼ିପି ଓ ୱାଇଏସଆରସିପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଗଣ୍ଡଗୋଳରେ ସ୍ଥାନୀୟ ଟିଡ଼ିପି ନେତା ଚିନ୍ତା ଭାସ୍କର ରେଡ୍ଡୀଙ୍କ ମୃତ୍ୟୁ ହୋଇଛି | ଚିନ୍ତା ଭାସ୍କର ଅନନ୍ତପୁରର ତଡିପତ୍ରୀ ଅଂଚଳର ନେତା ଥିଲେ | ୱାଇଏସଆର କଂଗ୍ରେସ କର୍ମୀଙ୍କ ସହ ହାହାତୀ ବେଳେ ତାଙ୍କୁ ଗୁରୁତର ଆହତ ହୋଇଥିଲେ | ଗୁରୁତର ଭାସ୍କରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟିଡ଼ିପି ନେତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ନିର୍ବାଚନ ହାରୁଥିବା ଯୋଗୁଁ ୱାଇଏସଆର କଂଗ୍ରେସ ହିଂସାର ସାହାରା ନେଇଛି | ତେବେ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଅଭିଯୋଗ କରିଛନ୍ତି ନାଇଡୁ |


ଏହି ମାମଲାରେ ଟିଡ଼ିପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଛି |


ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି | ରାଜ୍ୟର ୩ କୋଟି ୯୩ ଲକ୍ଷ ୪୫ ହଜାର ୭୧୭ ଭୋଟର ଆଜି ୩୧୯ ପ୍ରାର୍ଥୀଙ୍କୁ ଭୋଟ ଦେଇ ତାଙ୍କ ଭାଗ୍ୟ ପରୀକ୍ଷା କରିବେ | ଏଠାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି | ସୁଚାରୁ ରୂପେ ଭୋଟ ଗ୍ରହଣ ପାଇଁ ରାଜ୍ୟରେ ୪୫ ହଜାର ୯୨୦ ପୁଲିଂ ବୁଥ ତିଆରି କରାଯାଇଛି | ଅନନ୍ତପୁରରେ ପ୍ରଶାସନ ମତଦାନ ପରେ ଜଳଖିଆ ନାରା ଦେଇଥିଲା | ଏହି ଆସନରେ ସାଂସଦ ଦିବାକ ରେଡ୍ଡୀଙ୍କ ପୁଅ ପବନ କୁମାର ରେଡ୍ଡୀ ଲଢ଼ୁଛନ୍ତି | ତାଙ୍କ ବିପକ୍ଷରେ କଂଗ୍ରେସରୁ ଲଢ଼ୁଛନ୍ତି କଞ୍ଚମ ରାଜୀବ ରେଡ୍ଡୀ | ବିଜେପି ପ୍ରାର୍ଥୀ ଅଛନ୍ତି ହମସା ଦେବୀନେନି | ଅନନ୍ତପୁର ନକ୍ସଲ ପ୍ରଭାବିତ ଅଂଚଳ |

   Related Posts