Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଧାରଣ ନିର୍ବାଚନରେ ଓଡିଶାରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ତେଲୁଗୁ ଦେଶମ ପାର୍ଟି : ୫୨ଟି ବିଧାନସଭା ଓ ୫ଟି ଲୋକସଭା ଆସନ ଟାର୍ଗେଟରେ

ଜୟପୁର ୭|୧୨: କୋଟିଆ ପରେ ଏବେ ପୁରା ଓଡିଶା ଉପରେ ପଡୋଶୀ ଆନ୍ଧ୍ରର ନଜର ।  ଆସନ୍ତାସାଧାରଣ ନିର୍ବାଚନରେ ଓଡିଶାରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ତେଲୁଗୁ ଦେଶମ ପାର୍ଟି,  ଟିଡିପି ।  ଏଥି ପାଇଁ ଦଳ ତା’ର ରଣନୀତି ଆରମ୍ଭ କରିଛି । ଆଗାମୀ ନିର୍ବାଚନରେ ଓଡ଼ିଶାରେ ୫୨ଟିବିଧାନସଭା ସହ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ଦଳ । ଦକ୍ଷିଣଓଡିଶା ସମେତ ରାଜ୍ୟର ଯେଉଁ  କିଛି ସ୍ଥାନରେତେଲୁଗୁ ଭାଷାଭାଷୀ ଲୋକ ରହୁଛନ୍ତି ସେମାନଙ୍କ ଠାରୁସମର୍ଥନ ସାଉଣ୍ଟିବାକୁ ପ୍ରୟାସ ଆରମ୍ଭ କରିଛି ଟିଡିପି । ତେବେ ଟିଡିପିର ଏଭଳିଷ୍ଟ୍ରାଟେଜି ଦକ୍ଷିଣ ଓଡିଶାର ରାଜନୀତି ଗଣିତକୁ ପ୍ରଭାବିତକରିପାରେ ।….

ଆନ୍ଧ୍ର ଓ ତେଲେଙ୍ଗାନା ପରେ ଏବେ ଓଡିଶା ନିର୍ବାଚନରେ ଏଣ୍ଟ୍ରି କରିବାକୁ ଯୋଜନା କରିଛି ଚନ୍ଦ୍ରବାବୁ ନାଇଡ଼ୁଙ୍କ  ତେଲୁଗୁ ଦେଶମ ପାର୍ଟି ବା ଟିଡିପି ।  ଏଥି
ପାଇଁ ଦଳ ଆରମ୍ଭ କରିଛି ପ୍ରସ୍ତୁତି
। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କେତେ ସଂଖ୍ୟକ ତେଲୁଗୁ ଭୋଟର ଅଛନ୍ତି
ତାହା ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ତେଲୁଗୁ ଭୋଟର ବହୁଳ ଅଂଚଳରେ ପ୍ରାର୍ଥୀ ଦେଲେ ଜିତିବା ସମ୍ଭାବନା କେତେ ଦଳ ପକ୍ଷରୁ ତା ସର୍ଭେ କରାଯାଉଛି ।  ଟିଡିପିର ସର୍ଭେ ଟିମ କୋରାପୁଟ ସମେତ ରାଜ୍ୟର ଅନେକ ସ୍ଥାନରେ କାମ ଆରମ୍ଭ କରିଛି। ବର୍ତ୍ତମାନ
ପର୍ଯ୍ୟନ୍ତ କରାଯାଇଥିବା ସର୍ଭେ ଅନୁସାରେ ଦଳ ୫୨ଟି
ବିଧାନସଭା ସମେତ ୫ଟି ଲୋକସଭା ଆସନରେ ଭଲ ସ୍ଥିତିରେ
ରହିବ ବୋଲି ଆକଳନ କରୁଛି । ତେଣୁ ଏହି ସମସ୍ତ ଆସରେ ଦଳ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଆସନ
ଗୁଡିକରେ ସମ ଭାବାପର୍ଣ୍ଣ ଦଳକୁ ସମର୍ଥନ ଦେବ। ୨୦୦୦ ନିର୍ବାଚନରେ ଓଡ଼ିଶାରେ ବିଜେଡି ଓ ବିଜେପି ମେଣ୍ଟକୁ ସମର୍ଥନ କରିଥିଲା ଟିଡିପି ।

ଗତ ୨ବର୍ଷ ହେଲା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ବାହାନାରେ ଜୟପୁର,
ରାୟଗଡା ସମେତ ଅନେକ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବା ସ୍ଥାନକୁ
ଟିଡିପି ନେତାମାନେ ଆସିଛନ୍ତି। ସେମାନଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଆଉ ବିକାଶର କଥା
କହିଛନ୍ତି। ସେହି ସମୟରୁ ହିଁ ତେଲୁଗୁ ଦେଶମର ଫୋକସରେ ଓଡିଶା ଥିବା ଅନୁମାନ କରାଯାଉଥିଲା।  ତେବେ
ତେଲୁଗୁ ଦେଶମ ପାର୍ଟିରେ ଏହି ଯୋଜନାକୁ ନେଇ ତେଲୁଗୁ ଭୋଟର ବି ସକାରାତ୍ମକ  ପ୍ରତିକ୍ରିୟା ରଖିଛନ୍ତି।

ଗତ କିଛି  ନିର୍ବାଚନରେ ଜୟପୁର ସମେତ ଅନେକ ସ୍ଥାନରେ ଆନ୍ଧ୍ରର
ଜନସତ୍ତା ପାର୍ଟି ସମେତ  ଅନ୍ୟ ଦଳଗୁଡ଼ିକ ମଧ୍ୟ ପ୍ରାର୍ଥୀ ଦେଇଥିଲେ ।ହେଲେ ସେମାନେଙ୍କୁ ଅମାନତ ହାରାଇବାକୁ ପଡ଼ିଥିଲା
। ଏଭଳି ସ୍ଥିତିରେ ଏଥର ଯଦି ତେଲୁଗୁ ଦେଶମ ପାର୍ଟି ଓଡିଶାରେ ନିର୍ବାଚନ ମଇଦାନକୁ
ଓହ୍ଲାଉଛି ତାହେଲେ ଦଳକୁ କେତେ ସଫଳତା ମିଳିବ ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।

137 Views

   You May Also Like