ବ୍ୟର୍ଥ ଯିବନି ଦକ୍ଷତା : ବିଭିନ୍ନ କଲେଜରୁ ୪୦ହଜାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବ ଟିସିଏସ

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ,୧୦/୦୭:  ୪୦ ହଜାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବ ଟିସିଏସ । ଦେଶର ଦ୍ୱିତୀୟ ବୃହତ ଆଇଟି କମ୍ପାନୀ ଟିସିଏସ ୪୦ ହଜାରରୁ ଅଧିକ ଫ୍ରେସର୍ସ ବା ନବାଗତଙ୍କୁ କଲେଜ କ୍ୟାମ୍ପସରୁ ସିଧା ନିଯୁକ୍ତି ପ୍ରଦାନ କରିବ । ଏନେଇ କମ୍ପାନୀର ଗ୍ଲୋବାଲ ହ୍ୟୁମାନ ରିସୋର୍ସ ମୁଖ୍ୟ ମିଲିଣ୍ଡ୍ ଲକ୍କଡ ସୂଚନା ଦେଇଛନ୍ତି ।

ଟିସିଏସ ହେଉଛି ଦେଶର ସବୁଠାରୁ ବଡ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା । କମ୍ପାନୀରର କର୍ମଚାରୀ ସଂଖ୍ୟା ୫ ଲକ୍ଷରୁ ମଧ୍ୟ ଅଧିକ । ତେବେ କମ୍ପାନୀ କରୋନା ମହାମାରୀ ମଧ୍ୟରେ ବି ଯୁବକଙ୍କୁ ନିଯୁକ୍ତି ଦେବା ବନ୍ଦ କରିବ ନାହିଁ । ଏହାକୁ ନେଇ ମିଲିଣ୍ଡ୍ କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ । ଗତବର୍ଷ ନିଯୁକ୍ତି ପ୍ରକ୍ରିୟାରେ ୩ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଭର୍ଚୁଆଲ ମୋଡ୍‌ରେ ସାକ୍ଷାତକାର ନିଆଯାଇଥିଲା । ଗତବର୍ଷ ମଧ୍ୟ କଲେଜ କ୍ୟାମ୍ପସରୁ ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ ଫ୍ରେସର୍ସଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

ସେ ଆହୁରି କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିୟା ବହୁତ ଲମ୍ବା ହୋଇଥାଏ । ଏପରି ନୁହେଁ ଯେ କମ୍ପାନୀକୁ ନୂଆ ପ୍ରୋଜେକ୍ଟ ମିଳିବା ପରେ ହିଁ ଏହାକୁ ଆରମ୍ଭ କରାଯାଏ । ଜଣଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଅତିକମରେ ୩ ମାସ ଲାଗିଥାଏ । ଏହାପରେ ହିଁ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୁଏ ।

କମ୍ପାନୀର ମୁଖ୍ୟ ଅପରେଟିଂ ଅଫିସର ଏନ ଗଣପତି ସୁବ୍ରମଣ୍ୟମ କହିଛନ୍ତି ଯେ, ଦେଶରେ ଟ୍ୟାଲେଣ୍ଟ୍ ବା ଦକ୍ଷ ଇଞ୍ଜିନିୟରଙ୍କ ଅଭାବ ନାହିଁ । ଦକ୍ଷ ଯୁବକଙ୍କ ଦକ୍ଷତାକୁ ମରିବାକୁ ଦିଆଯିବ ନାହିଁ । ତେବେ ଚାକିରୀ ପାଇଁ କାଷ୍ଟିଂ ଟିସିଏସରେ ହୁଏନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ଟିସିଏସର ଭଲ ଲାଭ ହୋଇଛି । ଏପ୍ରିଲ-ଜୁନରେ କମ୍ପାନୀର ଲାଭ ୨୮.୫ ପ୍ରତିଶତ ବଦ୍ଧି ପାଇ ୯୦୦୮ କୋଟିରେ ପହଁଚିଛି । ସେହିପରି କମ୍ପାନୀର ଆୟ ୧୮.୫ ପ୍ରତିଶତ ବୃଦ୍ଧି ପାଇ ୪୫୪୧୧ କୋଟି ଟଙ୍କାରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.