Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏବେ ଏସଏମଏସ୍ ଜରିଆରେ ଭରି ପାରିବେ ଜିଏସଟି ରିଟର୍ଣ୍ଣ : କରଦାତାଙ୍କୁ ମିଳିଲା ଆଶ୍ବସ୍ତି

27/10/2020 at 11:31 AM

ନୂଆଦିଲ୍ଲୀ ୨୭/୧୦: ଜିଏସଟି ନେଟଓ୍ବାର୍କ ସେହି ଟ୍ୟାକ୍ସପେୟର୍ସଙ୍କୁ ଆଶ୍ବସ୍ତି ଦେଇଛି,ଯାହାର ଦେୟ ଶୂନ୍ୟ। ଏବେ ଏହି ଟ୍ୟାକ୍ସପେୟରଙ୍କ ପାଇଁ ଏସଏମଏସ ଜରିଆରେ ତ୍ରିମାସିକ ରିଟର୍ଣ୍ଣ ଭରିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଜିଏସଟିଏନ୍ ଏକ ବୟାନରେ କହିଛି ଯେ ଏହା ଅନୁସାରେ କମ୍ପୋଜିସନ ସ୍କିମ୍ ନେଉଥିବା କରଦାତା ବିନା ଜିଏସଟି ପୋର୍ଟାଲରେ ଲଗ୍ଇନ୍ କରାଯାଇଥିବା ଏସଏମଏସ ଜରିଆରେ ଜିଏସଟି CMP-08 ଫର୍ମରେ ଶୂନ୍ୟ ଭରି ପାରିବେ। CMP-08 ସ୍ବ-ଆକଳନ କରର ତ୍ରିମାସିକ ନିର୍ଦ୍ଦିଷ୍ଟ ଯାହାକୁ କମ୍ପୋଜିସନ ସ୍କିମ୍ ନେଉଥିବା କରଦାତା ଭରିଥାନ୍ତି। ମୋଟ ୧୭.୧୧ଲକ୍ଷ ଟ୍ୟାକ୍ସପେୟର୍ସ କମ୍ପୋଜିସନ ସ୍କିମର ଅନ୍ତର୍ଗତ ରେଜିର୍ଷ୍ଟଡ ରହିଛି। ଜିଏସଟିଏନ ଅନୁସାରେ କରଦାତାଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଏହି ବ୍ୟବସ୍ଥାର ଲାଭ ନେବା ପାଇଁ ନିର୍ଦ୍ଧାରିତ ଭାବେ ଏସଏମଏସ୍ ପଠାନ୍ତୁ।

ଜିଏସଟି ଅନୁସାରେ କମ୍ପୋଜିସନ ଯୋଜନା ୧.୫କୋଟି ଟଙ୍କା ଯାଏଁ ବ୍ୟବସାୟ ଥିବା କରଦାତାଙ୍କ ପାଇଁ ଏକ ସରଳ ବ୍ୟବସ୍ଥା। ଏହା ଅନୁସାରେ ଛୋଟ କରଦାତାଙ୍କୁ ଆଶ୍ବସ୍ତି ଦିଆଯାଇଛି ଏବଂ ସେମାନେ ଜିଏସଟିର ଜଟିଳ ଔପଚାରିକତାରେ ନପଡ଼ି ନିଜ ବ୍ୟବସାୟ ଉପରେ ରିହାତି ଦରରେ ମାଲ ଏବଂ ସେବା କର ବିନିଯୋଗ କରିପାରିବେ। ଏଥିରେ ବିନିର୍ମାଣକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଜିଏସଟି ଏକ ପ୍ରତିଶତ ଦରରେ ଏବଂ ରେଷ୍ଟୁରାଣ୍ଟକୁ ୫ପ୍ରତିଶତରେ ଜିଏସଟି ଦେବାକୁ ପଡ଼ିଥାଏ।

   Related Posts