Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାକ୍ସି ଡ୍ରାଇଭର ଗିରଫ

15/09/2020 at 5:12 PM

କୋଲକାତା ୧୫/୯: ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମି ଚକ୍ରବର୍ତ୍ତୀଙ୍କ ସହ ଉତ୍ପୀଡ଼ନ ମାମଲାରେ କୋଲକାତାର ଜଣେ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରାଯାଇଛି। ଟ୍ୟାକ୍ସି ଡ୍ରାଇଭର ବିରୋଧରେ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ କରିବାର ଅଭିଯୋଗ ରହିଛି। ଏହି ଘଟଣା ଘଟିଛି ସୋମବାର ଦ୍ବିପ୍ରହର କୋଲକାତା ସ୍ଥିତ ବାଲିଗଞ୍ଜର।

 ମିମି ଜିମରୁ ଫେରିବାବେଳେ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ଅଶ୍ଳୀଳ କମେଣ୍ଟ୍ କରିଥିଲା। ସେ ମିମିଙ୍କ ଗାଡ଼ିକୁ ଓଭରଟେକ୍ କରିବା ପରେ ପୁଣି ଥରେ ଏଭଳି କରିଥିଲା। ଏହା ପରେ ମିମି ତାର ପିଛା କରିଥିଲେ ଏବଂ ତାକୁ ଧରିଥିଲେ। ମିମି କହିଥିଲେ ଯେ ସେ ନିଜ କାରରେ ଥିବାବେଳେ ତାଙ୍କ ପାଖରେ ଏକ ଟାକ୍ସି ଡ୍ରାଇଭର ତାଙ୍କୁ ଠାରୁଥିଲା। ପ୍ରଥମେ ସେ ନଜରଅନ୍ଦାଜ କରିଥିଲେ। ଏହା ପରେ ସେ ତାଙ୍କ କାରକୁ ଓଭରଟେକ୍ କରିଥିଲା ଏବଂ ପୁଣି ଏପରି ଆଚରଣ କରିଥିଲା। ତାଙ୍କୁ ଲାଗିଥିଲା ଯେ ଯଦି ସେ ଏହାକୁ ଇଗ୍ନୋର କରିବେ ତେବେ ସେହି ଟାକ୍ସିରେ ବସିଥିବା ଅନ୍ୟ ମହିଳାମାନେ ମଧ୍ୟ ତାର ନିର୍ଯାତନାର ଶିକାର ହେବେ। ସେମାନେ ଏହି ଟାକ୍ସି ଡ୍ରାଇଭରର କ୍ୟାବରେ ସୁରକ୍ଷିତ ନୁହଁନ୍ତି।

ମିମି ପୁଣି ଗଡ଼ିଆହାଟ ପୋଲିସ୍ ଥାନାରେ ଟାକ୍ସି ଡ୍ରାଇଭର ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ଯାହା ପରେ ତାକୁ ଗିରଫ କରାଯାଇଥିଲା। ଟାକ୍ସି ଡ୍ରାଇଭରର ନାଁ ଲକ୍ଷ୍ମଣ ଯାଦବ। ସେ ଇଷ୍ଟର୍ଣ୍ଣ ମେଟ୍ରୋପଲିଟନ୍ ବାଇବାସ୍ ନିକଟସ୍ଥ ଆନନ୍ଦପୁରରେ ରୁହେ। ଲକ୍ଷ୍ମଣକୁ ସେକ୍ସନ 345, 354A, 354D, 509 ସମେତ ଇଣ୍ଡିଆନ୍ ପ୍ୟାନେଲ୍ କୋଡର ଅନ୍ୟ ଧାରା ଅନୁସାରେ ଗିରଫ କରାଯାଇଛି।

ତୃଣମୂଳ କଂଗ୍ରେସର ସାଂସଦ ହୋଇଥିବା ମିମି ଚକ୍ରବର୍ତ୍ତୀ ବଙ୍ଗଳା ସିନେମାର ଟପ୍ ଅଭିନେତ୍ରୀ ମଧ୍ୟରୁ ଜଣେ। ୨୦୨୦ ମସିହା ମାର୍ଚ୍ଚରେ ମିମି ଲଣ୍ଡନରେ ଅପକମିଂ ଫିଲ୍ମ ବାଜି ସୁଟିଂ ସମୟରେ ସେଠାରେ ୧୪ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନରେ ଥିଲେ। ଏବେ ସେ ଲଣ୍ଡନରୁ ଘରକୁ ଫେରି ସାରିଛନ୍ତି।

   Related Posts