Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଇଲେକ୍ଟ୍ରିକ୍ ବାହାନ ପାଇଁ ଋଣ ନେଇ ପରିଶୋଧ କଲେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଅତିରିକ୍ତ ଆୟକର ରିହାତି

5/07/2019 at 1:08 PM

ନୂଆଦିଲ୍ଲୀ ୫|୭: ବଜେଟ ୨୦୧୯-୨୦ରେ ମୋଦି ସରକାର ଇ-ବାହାନକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଲୋକସଭାରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଚଳିତ ସରକାର ଆଲେକ୍ଟ୍ରିକ ବାହାନ ବ୍ୟବହାର ପାଇଁ ପ୍ରୋତ୍ୟାହନ ପ୍ରଦାନ କରିବେ । ଭାରତରେ ଅଧିକରୁ ଅଧିକ ଇ-ବାହାନ ପ୍ରଚଳନ ପାଇଁ ସରକାର ଶସ୍ତା ଦରରେ ଗ୍ରାହକଙ୍କୁ ଇ ବାହାନ ଯୋଗାଇଦେବା ଲାଗି ୁଦ୍ୟମ କରିବେ । ଏଥି ସହିତ ପରିବହନ କ୍ଷେତ୍ରରେ ଆଖିଦୃଶିଆ ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ବ ଦେବେ ।

ସୂଚନାଯୋଗ୍ୟ ଯେ, ୨୦୧୯ ପ୍ରାରମ୍ଭରୁ ହିଁ ଅଟୋମୋବାଇଲ କ୍ଷେତ୍ରରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି । ଫଲରେ କାର ଓ ବାଇକ ଖରିଦଦାରି ପ୍ରଭାବିତ ହୋଇଛି । ଜୁନ ମାସରେ ସାରୁତୀ ସୁଜୁକି, ହୁଣ୍ଡାଇ, ହୋଣ୍ଡା କାରସ, ଟୋୟଟା ଏବଂ ମହେନ୍ଦ୍ରା ଭଳି ବଡ କାର କମ୍ପାନୀର କାରବାର ହ୍ରାସ ହୋଇଛି । ଚାରି ଚକିଆ ଯାନ ଭଳି ଦୁଇ ଚକିଆ ଯାନ କାରବାର କ୍ଷେତ୍ରରେ ମଧ୍ୟ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି ।

ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ଇଲେକ୍ଟ୍ରିକ କାରକୁ ପ୍ରୋତ୍ସାନ ଦେବା ଆରମ୍ଭ କରିଛନ୍ତି । ନିକଟରେ ନୀତି ଆୟୋଗ ମଧ୍ୟ କାର କମ୍ପାନୀଗୁଡିକୁ ଇଲେକ୍ଟ୍ରିକ ହବାହନ ସମ୍ପର୍କରେ ସେମାନଙ୍କ ଯୋଜନା ପ୍ରକାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ  ।

ଏବେ ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଇଲେକ୍ଟ୍ରିକ ବାହାନ କିଣିବା ପାଇଁ ନେଇଥିବା ଋଣ ପରିଶୋଧ ଉପରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟକର ଛାଡ ସୁବିଧା ମିଳିବ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବାହନ ଖରିଦ ପାଇଁ ଋଣ ପରିଶୋଧକୁ ନେଇ କୌଣସି ଆୟକର ଛାଡ ନଥିଲା ।

   Related Posts