କରଦାତାଙ୍କୁ ବଡ଼ ଆଶ୍ବସ୍ତି, ଏଣିକି ପୋଷ୍ଟ ଅଫିସ୍‌ରେ ଦାଖଲ କରିପାରିବେ ଆୟକର ରିଟର୍ଣ୍ଣ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭/୭: କରଦାତାଙ୍କ ପାଇଁ ରିଟର୍ଣ୍ଣ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ଏଣିକି କରଦାତା ନିକଟରେ ଥିବା ଡାକଘରେ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିପାରିବେ। ଏହା ପୂର୍ବରୁ ୧୪ ଜୁଲାଇରେ ଇଣ୍ଡିଆ ପୋଷ୍ଟ ପକ୍ଷରୁ ଟ୍ବିଟ୍‌ କରି ଏନେଇ ସୂଚନା ଦିଆଯାଇଥିଲା। ଏଥିଲେ ଉଲ୍ଲେଖ ରହିଛି, ‘ ଏବେ ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଦୂର ବାଟ ଯିବାକୁ ପଡ଼ିବ ନାହିଁ। ଆପଣଙ୍କ ନିକଟରେ ଥିବା ପୋଷ୍ଟ ଅଫିସ୍‌ର ସିଏସସି କାଉଣ୍ଟରେ ଅତି ସହଜରେ ଆଇଟିଆର ଫାଇଲ୍‌ କରିପାରିବେ।’

ଦେଶବ୍ୟାପୀ ଥିବା ଡାକଘରର ସିଏସସି କାଉଣ୍ଟରରେ ଲୋମାନଙ୍କୁ ଡାକ, ବ୍ୟାଙ୍କିଙ୍ଗ ଏବଂ ବୀମା ଭଳି ସେବା ମିଳିପାରୁଛି। ଏହା ସହ ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଅନ୍ୟ ଇଲେକଟ୍ରୋନିକ୍ସ ସେବା ମଧ୍ୟ ପ୍ରଦାନ କରୁଛନ୍ତି । କରଦାତା ନୂଆ ଆୟକର ଓ୍ବେସାଇଟ୍‌ ବ୍ୟତୀତ ଡାକଘର ସିଏସସିର ବ୍ୟବହାର କରିପାରିବେ ।

wp:embed {"url":"https://twitter.com/IndiaPostOffice/status/1415188501302169601","type":"rich","providerNameSlug":"twitter","responsive":true,"className":""}
https://twitter.com/IndiaPostOffice/status/1415188501302169601
/wp:embed

କିଛି ଟ୍ୟାକ୍ସ ପେୟର ଇଣ୍ଟରନେଟ୍‌ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁନଥିବାରୁ ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍‌ ସିଏସସି ସେବା ଯୋଗାଇବ । ଏହା ପୂର୍ବରୁ ୭ ଜୁନ୍‌ରେ ନୂଆ ଆୟକର ପୋର୍ଟାଲ୍‌ www.incometax.gov.in  ଲଞ୍ଚ ହୋଇଛି। ପୂରୁଣା ପୋର୍ଟାଲରେ ଟେକନିକ୍‌ ସମସ୍ୟା ଉପୁଜିବାରୁ ନୂଆ ଓ୍ବେବସାଇଟ୍‌ ଲଞ୍ଚ କରିଛି ଆୟକର ବିଭାଗ। ତେବେ ଏହି ଓ୍ବେବସାଇଟ୍‌କୁ ଅର୍ଥମନ୍ତ୍ରୀ ନିର୍ମାଣ ସୀତାରମଣଙ୍କ ନିର୍ଦେଶ କ୍ରମେ ଇନଫୋସିସ୍‌ ଅଧିକାରୀ ବିକଶିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.