Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବାର୍ଷିକ ୧୦ ଲକ୍ଷ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ହୋଇପାରେ ଟ୍ୟାକ୍ସ ଛାଡ ଘୋଷଣା

17/06/2019 at 9:31 AM

ନୂଆଦିଲ୍ଲୀ ୧୭/୬ : ଶ୍ରମିକ ସଂଗଠନ ଶନିବାର ଦିନ ସର୍ବନିମ୍ନ ଦରମା ବୃଦ୍ଧି କରି ୨୦ ହଜାର, ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନୁଯାୟୀ, ବର୍ଷକୁ ଅତିକମ୍ରେରେ ୨୦୦ ଦିନ କାମ ସୁନିଶ୍ଚିତ କରିବା ଏବଂ ମାସକୁ ଅତିକମ୍ରେରେ ୬ ହଜାର ଟଙ୍କା ପେନସନ ଦେବା ପାଇଁ ଦାବି କରିଛନ୍ତି । ବଜେଟର ପୂର୍ବତନ ବୈଠକରେ ସଂଗଠନ ଦରମା ପାଉଥିବା ଏବଂ ପେନସନ ପାଉଥିବା ଲୋକଙ୍କ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆମଦାନୀକୁ ଆୟକର ସୀମାରୁ ବାହାର କରିବା ପାଇଁ ଦାବି କରିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ସୀମା ବୃଦ୍ଧି କରି ୮ ଲକ୍ଷ ଟଙ୍କା ରଖିବାକୁ ଦାବି କରିଛନ୍ତି ।

କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଆର୍ଥିକ ଏବଂ ବ୍ୟବସାୟିକ ମାମଲାରେ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବଜେଟ ପୂର୍ବରୁ କଥାବାର୍ତ୍ତା କରିଛନ୍ତି । ବୈଠକ ପରେ ସଂଗଠନର କିଛି ନେତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରିଥିଲେ । ନିର୍ମଳା ସୀତାରମଣ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିବା ଯୋଗୁଁ ଅନୁରାଗ ଠାକୁର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । 

ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଂଗ୍ରେସ ମହାସଚିବ ଅମରଜିତ କୌର କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପୂର୍ବ ବିଚାର ବିମର୍ଷ ପାଇଁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ନହୋଇ ରାଜ୍ୟମନ୍ତ୍ରୀଙ୍କ ସହ ହୋଇଛି । ଆଲୋଚନାରେ ସେ ୪ଟି ବ୍ୟାପକ ପ୍ରସଙ୍ଗରେ ସୀମିତ ରଖିବାକୁ ଚେଷ୍ଟା କରିଥିଲେ । ସେହି ୪ଟି ପ୍ରସଙ୍ଗ ହେଲା, ଶ୍ରମିକ ସଂରକ୍ଷଣ, କୌଶଳ ବିକାଶ, ରୋଜଗାର ଏବଂ ବେତନ । ସେ କହିଛନ୍ତି ଯେ, ସେ ସମସ୍ତ ୧୦ଟି ଶ୍ରମିକ ସଂଗଠନର ପ୍ରସ୍ତାବ ରଖିଥିଲେ । ସର୍ବନିମ୍ନ ଦରମା ମାସିକ ୨୦ ହଜାର, ମାସିକ ସର୍ବନିମ୍ନ ପେନସନ ୬ ହଜାର ଟଙ୍କା, ମନରେଗା ଯୋଜନା ଅନୁଯାୟୀ ବାର୍ଷିକ ୨୦୦ ଦିନ ରୋଜଗାର ଦେବା ପାଇଁ ଦାବି କରିଥିଲେ ।

   Related Posts