ମୋଟ କର ସଂଗ୍ରହ ୨୨.୫ ପ୍ରତିଶତ ହ୍ରାସ, ସେପ୍ଟେମ୍ବର ୧୫ ସୁଦ୍ଧା ଆଦାୟ ହୋଇଛି ୨ଲକ୍ଷ ୫୩ ହଜାର ୫୩୨ କୋଟି ଟଙ୍କା

Published By : Prameya-News7 Bureau | September 16, 2020 IST

ମୁମ୍ବାଇ ୧୬।୯: ଆୟକର ବିଭାଗଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବର୍ଷର ଦ୍ୱିତୀୟ ତ୍ରୈମାସିକ ସୁଦ୍ଧା ଅଗ୍ରୀମ କର ସଂଗ୍ରହ ସମେତ କେନ୍ଦ୍ର ସରକାରଙ୍କର ମୋଟ କର ସଂଗ୍ରହ ୨ଲକ୍ଷ ୫୩ହଜାର ୫୩୨.୩କୋଟିଟଙ୍କା ହୋଇଛି। ଏହି ସଂଗ୍ରହ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଆଦାୟ ହୋଇଥିବା ମୋଟ କର ବୋଲି ଜଣାପଡିଥିବା ବେଳେ ଗତବର୍ଷ ଏହି ସମୟ ସୁଦ୍ଧା ଆଦାୟ ହୋଇଥିବା ଶୁଳ୍କର ୨୨.୫ ପ୍ରତିଶତ ବୋଲି କୁହାଯାଇଛି।

 ଆୟକର ବିଭାଗ ମୁମ୍ବାଇଙ୍କ ଅନୁସାରେ ଗତ ଆର୍ଥିକ ବର୍ଷର ୧୫ସେପ୍ଟେମ୍ବର ୨୦୧୯ ସୁଦ୍ଧା ମୋଟ ସଂଗୃହୀତ କର  ପରିମାଣ ୩ଲକ୍ଷ ୨୭ ହଜାର ୩୨୦.୨ କୋଟି ଟଙ୍କା ଥିଲା। ତେବେ ଆୟକର ବିଭାଗ ଜାରି ତ୍ରୈମାସିକର ଅଗ୍ରୀମ କର ସଂଗ୍ରହ ନେଇ କୌଣସି ସୂଚନା ଦେଇ ନାହାନ୍ତି। କାରଣ ଶେଷ ବ୍ୟାଙ୍କିଙ୍ଗ ଡେ ସୁଦ୍ଧା ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ଆୟକର ଅଧିକାରୀ କହିଛନ୍ତି।

ତେବେ ଜୁନ୍‌ରେ ଶେଷ ହୋଇଥିବା ଜାରି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ମୋଟ କର ସଂଗ୍ରହରେ ୩୧ ପ୍ରତିଶତ ହ୍ରାସ ହୋଇଥିଲା। ଏହି ସମୟରେ ଅଗ୍ରୀମ କର ସଂଗ୍ରହରେ ୭୬ ପ୍ରତିଶତର ହ୍ରାସ ଦେଖାଯାଇଥିଲା। ଦେଶରେ ଜାରି କରୋନା ଭାଇରସ ମହାମାରୀ ଲକଡାଉନ୍‌ ଯୋଗୁ କର ସଂଗ୍ରହରେ ଏପରି ହ୍ରାସ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.