Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଟ୍ରକ୍ ଏବଂ କାରର ଜୋରଦାର ଧକ୍କାରେ ୫ଜଣଙ୍କ ମୃତ୍ୟୁ : ୨ ଆହତ

30/10/2019 at 4:10 PM

ଉଦୟପୁର ୩୦/୧୦: ରାଜସ୍ଥାନର ଉଦୟପୁର ଜିଲ୍ଲାର ସରାଡ଼ାରେ ଟ୍ରକ୍ ଏବଂ କାରର ଜୋରଦାର ଧକ୍କାରେ ୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ଜଣ ଆହତ ହୋଇଛନ୍ତି। କିନ୍ତୁ ଜଣେ ୮ବର୍ଷର ଶିଶୁକୁ ସାମାନ୍ୟ ଆଘାତ ମଧ୍ୟ ଲାଗିନାହିଁ। ଜାତୀୟ ରାଜପଥ-୮ରେ ହୋଇଥିବା ଏହି ଦୁର୍ଘଟଣାରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ଘଟଣାର ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ମୃତକଙ୍କ ଶବକୁ ଶବଗୃହରେ ରଖାଯାଇଥିଲା।

ସୂଚନା ଅନୁଯାୟୀ, ପରିବାର ଲୋକେ କାରେ ଦିନେ ତଳେ ନାଥଦ୍ବାରା ଦର୍ଶନ କରିବାକୁ ଆସିଥିଲେ। ସେମାନେ ବଡ଼ୋଦାରେ ରହୁଥିବାର ଜଣାଯାଇଛି। ସକାଳେ ପୂରା ପରିବାର ବଡ଼ୋଦା ଫେରିଯିବାପାଇଁ ବାହାରିଥିଲେ। ଏହି ସମୟରେ ସରାଡ଼ା ଅଞ୍ଚଳରେ ପରସାଦ ଥାନାର ପାରଇ ଗାଁ ପାଖରେ ଦୁର୍ଘଟଣା ହୋଇଥିଲା। ଏଠାରେ ରାସ୍ତା କାମ ଚାଲିଥିଲା। ଯାହା ଫଳରେ ଟ୍ରକ୍ ହଠାତ୍ ବ୍ରେକ୍ ମାରିଥିଲା ଏବଂ କାର ପଛପଟୁ ଧକ୍କା ଦେଇଥିଲା। ଏଥିରେ ୫ଜଣଙ୍କର ମୃତ୍ୟୁ ଘଟିଛି। ୩ଜଣ ପୁରୁଷ,ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି। ୨ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ୮ବର୍ଷର ନାବାଳିକା ପୂରାପୂରି ସୁରକ୍ଷିତ ରହିଛି।

ଘଟଣା ବିଷୟରେ ସୂଚନା ମିଳିବାରୁ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଥିଲା।

   Related Posts