Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବାତ୍ୟାର ରୂପ ନେବ ଲଘୁଚାପ, ଓଡିଶା ଉପରେ ପଡିବ କି ପ୍ରଭାବ ? ବିସ୍ତୃତ ସୂଚନା ଦେଲା ପାଣିପାଗ ବିଭାଗ

13/05/2021 at 10:21 PM

ଭୁବନେଶ୍ଵର ୧୩।୦୫: ଦକ୍ଷିଣ-ପୂର୍ବ ଆରବସାଗରରେ ସୃଷ୍ଟ ଲଘୁଚାପ ସାଇକ୍ଲୋନର ରୂପ ନେବ । ହେଲେ ରାଜ୍ୟକୁ ନାହିଁ ସାଇକ୍ଲୋନର ଭୟ । ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ନଥିବା ବେଳେ ଦକ୍ଷିଣ ଓଡିଶାରେ ୧୬ରୁ ସାମାନ୍ୟ ବର୍ଷାର ସ୍ଥିତି ଉପୁଜିବ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ  ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶରରେ ସୃଷ୍ଟ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡିଶାର ୬ ଜିଲ୍ଲାକୁ ଘଡଘଡି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିନ୍ତୁ କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସ୍ଥିତି ଉପୁଜିବା ସହ ଭୁବନେଶ୍ୱର ଓ କଟକରେ ମଧ୍ୟ ଆକାଶ ମେଘାଚ୍ଛନ ରହିବ।

ଓଡିଶାକୁ ନାହିଁ ସାଇକ୍ଲୋନର ଭୟ। କ୍ଷତି ପହଞ୍ଚେଇବନି ଦକ୍ଷିଣ-ପୂର୍ବ ଆରବସାଗରରେ  ସୃଷ୍ଟ ଲଘୁଚାପ। ଲଘୁଚାପ ବର୍ତ୍ତମାନ ଗୁଜୁରାଟ ମୁହାଁ ହେଉଥିବା ବେଳେ ଖୁବଶୀଘ୍ର ଏହା ସାଇକ୍ଲୋନର ରୂପ ନେବ । ତେବେ ଓଡିଶା ପାଇଁ ଏହା ବିଶେଷ କ୍ଷତି ପହଞ୍ଚାଇବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପଟେ ଦକ୍ଷିଣ ବା ଦକ୍ଷିଣ ପଶ୍ଚିମ ଦିଗରୁ  କ୍ରମାଗତ ଭାବରେ ବଙ୍ଗୋପସାଗରରୁ ପବନ ବହୁଛି । ଯାହାକି ଆନ୍ଧ୍ର ଉପକୂଳ ଦେଇ ଏହି ପବନ ଅତିକ୍ରମ କରୁଛି।

ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ  ସମୁଦ୍ରପଟୁ କ୍ରମାଗତ ଜଳୀୟବାଷ୍ପ ଆସୁଥିବାରୁ ଏହା ତୁହାକୁ ତୁହା ବର୍ଷା ସ୍ଥିତି ସୃଷ୍ଟି କରୁଛି । ଯାହାର ପ୍ରଭାବ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ରାଜଧାନୀର ଭୁବନେଶ୍ୱରରେ ବର୍ଷା ସ୍ଥିତି ଉପୁଜିଥିବା ବେଳେ କେତେକ ସ୍ଥାନରେ ଆଣ୍ଠୁଏ ପାଣି ବହିବା ସହ ଗଛଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।

ସେପଟେ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶର ଆଖପାଖ ଅଞ୍ଚଳରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ କାଳ ବୈଶାଖୀ ଜନିତ ବର୍ଷା ଜାରୀ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ଘଣ୍ଟା ପ୍ରତି ପବନର ବେଗ ୪୦-୫୦ କିଲୋମିଟର ରହିବ। ଏ ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଜିଲ୍ଲାଗୁଡିକ ହେଲା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା । ସେହିପରି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଆସନ୍ତା ୫ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସ୍ଥିତି ଉପୁଜିବା ସହ ଭୁବନେଶ୍ୱର ଓ କଟକରେ ମଧ୍ୟ ଆକାଶ ମେଘାଚ୍ଛନ ରହିବ।

   Related Posts