ବଦଳିଗଲା ତତ୍କାଳ ଟ୍ରେନ୍ ଟିକେଟ ବୁକିଂ ନିୟମ, ନଜରରେ ରଖିବାକୁ ହେବ ଏହି ଗୁରୁତ୍ୱପୂର୍ଣ୍ଣ କଥା
7/03/2020 at 4:46 PM

ନୂଆଦିଲ୍ଲୀ ୦୭|୦୩: ଟ୍ରେନ୍ ଟିକେଟ୍ ବୁକିଂ କରିବାକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ୍ ବୁକ୍ କରାଯାଏ। ସମସ୍ତ ଟ୍ରେନରେ ଯାତ୍ରୀମାନେ ଏସି, ଫାଷ୍ଟ୍ କ୍ଲାସ୍, ସ୍ଲିପର ଆଦିକୁ ଛାଡି ତତ୍କାଳ ଟିକେଟ୍ ମଧ୍ୟ ବୁକିଂ କରିଥାନ୍ତି। ତେବେ ତତ୍କାଳ ଟିକେଟ୍ ବୁକିଂକୁ ନେଇ ଅନେକ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥାଏ। ଏହାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ ଜବାବ ଦେଇଛନ୍ତି।

ତତ୍କାଳ ଟିକେଟ୍ ବୁକିଂରେ ଦେଖାଯାଉଥିବା ଅନିୟମିତତା ଓ ଫିକ୍ସିଂକୁ ରୋକିବା ପାଇଁ ରେଳ ମନ୍ତ୍ରାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
୧-ସକାଳ ୧୦ରୁ ଦିନ ୧୨ଟା ଯାଏଁ ଜଣେ ଯାତ୍ରୀ କେବଳ ୨ଟି ତତ୍କାଳ ଟିକେଟ ବୁକ୍ କରିପାରିବେ।
୨-ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ଅନେକ ସିକ୍ୟୁରିଟୀ ପ୍ରଶ୍ନ ପଚରାଯିବ।
୩-ରିଟେଲ୍ ସର୍ଭିସ ପ୍ରୋଭାଇଡର ବା ଏଜେଣ୍ଟମାନେ ଗୋଟିଏ ଦିନରେ ଗୋଟିଏ ଟ୍ରେନରେ କେବଳ ଗୋଟିଏ ହିଁ ଟିକେଟ ବୁକ କରିପାରିବେ।
୪-ଗୋଟିଏ ମେବାଇଲ ନମ୍ବର ଓ ଇମେଲ ଆଇଡିରେ ଗୋଟିଏ ଆଇଆରସିଟିସି ୟୁଜର ଆଇଡି ବନାଇହେବ। ଗୋଟିଏ ମାସରେ ଜଣେ ବ୍ୟକ୍ତି କେବଳ 6ଟି ରେଳ ଟିକେଟ୍ ବୁକ କରିପାରିବେ।
୫- ଗୋଟିଏ ଲଗଇନ୍ ସେସନରେ ଗୋଟିଏ ଟିକେଟ୍ ବୁକ କରିହେବ। ଏହି ପ୍ରତିବନ୍ଧ ସକାଳ ୮ଟାରୁ ଦିନ ୧୨ଟା ଯାଏଁ ରହିବ।

୬-ୟୁଜରଙ୍କୁ ୩ଥର କ୍ୟାପଚା ପଚରାଯିବ। ସର୍ବପ୍ରଥମେ ରେଜିଷ୍ଟ୍ରେସନ କରିବା ପରେ ଓ ଲଗଇନ୍ ହେବା ପରେ ଏବଂ ଶେଷରେ ବୁକିଂ ପେଜରେ ଫ୍ରଡକୁ ରୋକିବା ପାଇଁ କ୍ୟାପଚା ପଚରାଯିବ।
୭-ୟୁଜରମାନେ ଟିକେଟ୍ ବୁକ କରିବା ପାଇଁ ମିନିମମ ଟାଇମ ଉପରେ ରେଳବାଇ ନଜର ରଖିବ।
୮-ଆଡଭାନ୍ସ ରିଜର୍ଭେସନ ପିରିୟଡର ୧୫ ମିନଟ ପୂର୍ବରୁ ଆଇଆରସିଟି ଏଜେଣ୍ଟଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି।