ନେତାଜୀଙ୍କୁ ନେଇ କଳି: ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଏମିତି ଲେଖିଲେ ତଥାଗତ, କଟୁ ସମାଲୋଚନା କଲେ ଭର୍ତ୍ତୁହରି, କହିଲେ...

Published By : Prameya-News7 Bureau | January 26, 2021 IST

କଟକ ୨୬।୦୧: ନେତାଜୀଙ୍କ ପ୍ରସଙ୍ଗରେ ତଥାଗତଙ୍କୁ ଭର୍ତ୍ତୃହରିଙ୍କ ନିଶାନା । ନିଜ ଖବର କାଗଜରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ତଥାଗତ ଶତପଥୀ ଲେଖିଥିବା ସମ୍ପାଦକୀୟ `ଟାଣି ଆଣି ସମ୍ମାନ’ଲେଖାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସାଂସଦ ଭର୍ତ୍ତୃହରି ମହତାବ । ତଥାଗତ ଏଭଳି ଲେଖିବା ଆଦୌ ଠିକ୍ ନୁହେଁ ବୋଲି କହିବା ସହ ଏହାକୁ କଟୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । ନେତାଜୀଙ୍କୁ ନେଇ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ଏଭଳି କଳିକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।

ନେତାଜୀଙ୍କ ପାଇଁ କଳି । ଖବର କାଗଜରେ ଲେଖାକୁ ନେଇ ତଥାଗତଙ୍କୁ ଭର୍ତ୍ତୃହରିଙ୍କ ନିଶାନା । ନିଜ ଖବର କାଗଜରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ସମ୍ପାଦକୀୟ ଲେଖିଥିଲେ । ଏହି ଲେଖା ଅନୁସାରେ ତଥାଗତଙ୍କୁ ଲାଗୁଛି ଓଡ଼ିଶାରେ ନେତାଜୀଙ୍କ ନାଁରେ କିଛି ହେବା ଓଡ଼ିଶା ଜାତିକୁ ଅସମ୍ମାନୀତ କରିବା ସହ ସମାନ । ତାଙ୍କ ମତରେ ଓଡ଼ିଆ ଜାତି ସବୁବେଳେ ବାହାର ଲୋକଙ୍କୁ ଉପରେ ପଡ଼ି ଟାଣି ଆଣି ସମ୍ମାନ ଦେଉଛି। ନେତାଜୀ ସୁଭାଷ ବୋଷ ଓଡ଼ିଶାର ଗୌରବ ବୋଲି ଯେଉଁମାନେ କହୁଛନ୍ତି ତାହା ଭୁଲ ବୋଲି ନିଜ ଲେଖାରେ ବୁଝାଇବାକୁ ଚେଷ୍ଟା କରିଥିଲେ ତଥାଗତ।

କଟକରେ ନିର୍ମାଣ ହେବାକୁ ଯାଉଥିବା ନୂଆ ବସ୍ ଟର୍ମିନାଲକୁ ଯେତେବେଳେ ରାଜ୍ୟ ସରକାର ନେତାଜୀଙ୍କ ନାଁରେ ନାମିତ କରିଛନ୍ତି, ଠିକ୍ ସେତିକିବେଳ ଖୋଦ୍ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଏଭଳି ଚିନ୍ତାଧାରାକୁ ନେଇ ନିଶାନା ସାଧିବାକୁ ସମ୍ନାକୁ ଆସିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । କଟକର ସାଂସଦ ଭାବେ ଭର୍ତ୍ତୃହରିଙ୍କୁ ତଥାଗତଙ୍କ ଏଭଳି ଲେଖା ସହଜରେ ହଜମ ହୋଇନି।

ନେତାଜୀଙ୍କୁ ନେଇ ତଥାଗତଙ୍କ ଏଭଳି ଚିନ୍ତାଧାରା ଠିକ୍ ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ମତରେ ଯେତେବେଳେ ନେତାଜୀ କଟକରୁ ମାଟ୍ରିକ୍ ପାସ୍ କରିଛନ୍ତି । ଯେତେବେଳେ ସେ ଓଡ଼ିଆ ବଜାରରେ ରହୁଥିଲେ । କଲିକତାରେ କଲେଜରୁ ବହିଷ୍କାର ପରେ ଦେଢ଼ ବର୍ଷ କଟକରେ ରହିଥିଲେ । ଓଡ଼ିଶା ଲୋକଙ୍କ ସହ ମିଶୁଥିଲେ । ଓଡ଼ିଆ ଭାଷା କହୁଥିଲେ । ସେତେବେଳେ ଯଦି ନେତାଜୀଙ୍କୁ ଟାଣି ଆଣି ସମ୍ମାନ ଦିଆଯାଉଛି ବୋଲି କୁହାଯିବ ତାହେଲେ ଏହାକୁ ଅସୂହ୍ୟା କାର୍ଯ୍ୟ ବୋଲି କୁହାଯିବ।

କିଛି ପ୍ରସଙ୍ଗରେ ତଥାଗତଙ୍କ ନିଜସ୍ଵ ମତ ଅନେକ ସମୟରେ ବିବାଦ ସୃଷ୍ଟି କରିଛି । ଏବେ ନେତାଜୀଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ ସେମିତି ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଯାହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.