ଦଳରେ ଥାଇ ବିଜେଡି ପାଇଁ ପ୍ରଚାର କରିବେନି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ

Published By : Prameya-News7 Bureau | March 22, 2019 IST

ଭୁବନେଶ୍ବର ୨୨|୩ :  ବିଜେଡିରେ ଥାଇ ବିଜେଡି ସପକ୍ଷରେ ପ୍ରଚାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ । କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯେହେତୁ କିଛିଦିନ ତଳେ ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି ସେଥିପାଇଁ ସେ କୌଣସି ଦଳ ତରଫରୁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଦଳ ଅପେକ୍ଷା ପ୍ରାର୍ଥୀ ଦେଖି ଭୋଟ୍ ଦେବାପାଇଁ ତଥାଗତ ଲୋକଙ୍କୁ ନିବେଦନ କରିଛନ୍ତି। ଏପରିକି ସେ ଲୋକେ ପରିବର୍ତ୍ତନ ଚାହାଁନ୍ତି ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତଥାଗତ ନିର୍ବଚନ ନଲଢିବା ନେଇ ଘୋଷଣା କରିଥିଲେ ମଧ୍ୟ ଏବେ ବି ବିଜେଡିରେ ସକ୍ରୀୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.