Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଟାଟାଏମଡି ବଜାରକୁ ଛାଡିବ ନୂଆ କୋଭିଡ୍-୧୯ ଟେଷ୍ଟ କିଟ୍, ମାସକୁ ୧୦ ଲକ୍ଷ ପରୀକ୍ଷଣ ସମ୍ଭବ

9/11/2020 at 9:28 PM

ନୂଆଦିଲ୍ଲୀ ୦୯।୧୧: କରୋନା ସଂକ୍ରମଣର ପ୍ରକୋପ କିଛିଟା କମିଥିଲେ ମଧ୍ୟ ବିପଦ ଏ ଯାଏଁ ଟଳିନି। ଏହା ମଧ୍ୟରେ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ ଲିମିଟେଡ୍(ଟାଟାଏମଡି) ସୋମବାର କୋଭିଡ୍-୧୯ର ନୂତନ ନୈଦାନିକ ପରୀକ୍ଷଣର ଶୁଭାରମ୍ଭ କରିଛି। ଏହାର ପରୀକ୍ଷଣ ପୂର୍ବାପେକ୍ଷା ଅଧିକ ସରଳ ଏବଂ ପ୍ରଭାବଶାଳୀ ରହିଛି। ସମଗ୍ର ଦେଶରେ ବଡ ସଂଖ୍ୟାରେ ପରୀକ୍ଷଣ କରିବା ପାଇଁ ଏହା ସକ୍ଷମ ଅଟେ।

କମ୍ପାନୀର ଟେଷ୍ଟ କିଟ୍ ‘ଟାଟା ମେଡ୍‌ଚେକ୍‌’ ସିଏସଆଇଆର-ଆଇଜିଆଇବିର ମିଳିତ ସହଭାଗିତାରେ ବିକଶିତ କରାଯାଇଛି।  ଏହା ମେଡିକାଲ ରିସର୍ଚ୍ଚ ଆଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅଫ ଇଣ୍ଡିଆ(ଡିସିଜିଆଇ) ଦ୍ଵାରା ଅନୁମୋଦିତ। ଶୀଘ୍ର ପୂରା ଭାରତରେ ଡାଏଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲ ଗୁଡିକରେ ଏହାକୁ ଉପଲବ୍ଧ କରାଯିବ।

ପୂରା ଦେଶରେ ପରୀକ୍ଷଣ ଉପଲବ୍ଧ କରାଇବା ପାଇଁ କମ୍ପାନୀ ହସ୍ପିଟାଲ, ଡାଇଗ୍ନୋଷ୍ଟିକ ବଂ ଲାବୋରାଟୋରୀ ସହ ଭାଗିଦାରୀ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଚେନ୍ନାଇ ଫ୍ୟାକ୍ଟ୍ରିରେ  ମାସିକ ୧୦ ଲକ୍ଷ ୟୁନିଟ୍  ଉତ୍ପାଦନର କ୍ଷମତା ସହ ପ୍ରସ୍ତୁତ ରହିଛି। ଅର୍ଥାତ ମାସକୁ ୧୦ ଲକ୍ଷ ନମୂନାର କରୋନା ପରୀକ୍ଷଣ ହୋଇ ପାରିବ।

କମ୍ପାନୀ କହିଛି ଆମେ ପରୀକ୍ଷଣକୁ ଅଧିକ କୁଶଳୀ ଏବଂ ବିଶ୍ଵସନୀୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ। ଏହା ସଂପୂର୍ଣ୍ଣ ଭାବେ ଟାଟା ଦ୍ଵାରା ସ୍ଵଦେଶ ବିକଶିତ ବୋଲି ଡାଏଗ୍ନୋଷ୍ଟିକ ଲିମିଟେଡ୍‌ର ସିଇଓ ଗିରିଶ କୃଷ୍ଣମୂର୍ତ୍ତି କହିଛନ୍ତି।

ଆମେ ଆଇଜିଆଇବି ଲ୍ୟାବ୍ ସହିତ ଭାଗିଦାରୀ କରିଛୁ ଏବଂ ତାଙ୍କ ସହିତ ବହୁତ ନିକଟତର ହୋଇ ଏ ଦିଗରେ କାର୍ଯ୍ୟ କରିଛୁ। ଆଜି ଆମେ ପ୍ରାୟ ୧୦୦ ଦିନ ଭିତରେ ଉତ୍ପାଦନକୁ ବ୍ୟବସାୟିକ ଭାବେ ଆରମ୍ଭ କରିବାକୁ ପ୍ରସ୍ତୁତ। ଆମେ ଏହାକୁ ପ୍ରାପ୍ତ କରିବାରେ ବହୁତ ପରିଶ୍ରମ କରିଛୁ ବୋଲି ସିଇଓ କହିଛନ୍ତି।

   Related Posts