Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଜୁନ୍‌ ପହିଲାରୁ ଟାଟା ହାତରେ ସେସୁ ମାଲିକାନା

31/05/2020 at 3:23 PM

ଭୁବନେଶ୍ୱର ୩୧।୦୫: ଆସନ୍ତା ଜୁନ୍‌ ୧ ତାରିଖରୁ ବିଜୁଳି ବଣ୍ଟନକାରୀ ସଂସ୍ଥା ସେସୁର ନାମ ଓ ମାଲିକାନାସ୍ୱତ୍ୱ ବଦଳିବ । ଟାଟା ପାୱାର ହାତକୁ ଏହାର ମାଲିକାନା ଯିବ । ଏ ସମ୍ପର୍କରେ ପୂର୍ବରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର କାମ ଶେଷ ହୋଇଥିଲେ ମଧ୍ୟ ଲକ୍‌ଡାଉନ୍‌ କଟକଣାରୁ କାର୍ଯ୍ୟକାରୀ ହୋଇପାରି ନଥିଲା ।

ରାଜ୍ୟ ସରକାର ସେସୁର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଅପସାରଣ କରିଆଣିଛନ୍ତି । ଆଇପିଏସ୍‌ ଅଫିସର ତଥା ସିଇଓ ଅରୁଣ ବୋଥ୍ରାଙ୍କୁ ସରକାର ପ୍ରତ୍ୟାହାର କରିନେଥିବା ବେଳେ ଚିଫ୍‌ ଫାଇନାନ୍ସିଆଲ ଅଫିସର କିଶୋର କୁମାର ନାୟକଙ୍କୁ ମଧ୍ୟ ସରକାର ଫେରାଇ ନେଇଛନ୍ତି । ବିଧିବଦ୍ଧ ଭାବେ ଟାଟା ପାୱାର ରାଜ୍ୟ ସରକାରଙ୍କଠାରୁ ସେସୁର ୫୧ ପ୍ରତିଶତ ଅଂଶଧନ କିଣିଥିବାରୁ ସେ ହିଁ ପରିଚାଳନା ମୁଖିଆଙ୍କୁ ନିଯୁକ୍ତି ଦେବ ।

   Related Posts