ଟାଟା ଲଞ୍ଚ୍‌ କଲା ଅଧିକ ଦୂର ଯାଇ ପାରୁଥିବା ଇଲେକ୍ଟ୍ରିକ୍‌ ଭେଇକିଲ୍‌ 'ଟିଗର ଇଭି'

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ - ଟାଟା ଅଧିକ ଦୂର ପର୍ଯ୍ୟନ୍ତ ଯାଇ ପାରୁଥିବା ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଟିଗର ଇଭି ଲଞ୍ଚ୍‌ କରିଛି । ଥରେ ଚାର୍ଜ କଲେ ଏହି କାର୍‌ ୨୧୩ କିଲୋମିଟର ଯାଇପାରିବ ।

ସରକାରଙ୍କ ସବ୍‌ସିଡି ପରେ ଏହି କାର୍‌ର ମୂଲ୍ୟ ଦିଲ୍ଲୀ ଶୋ ରୁମ୍‌ରେ ୯.୪୪ ଲକ୍ଷ ଟଙ୍କା ରହିବ । ଟିଗର୍‌ ଏହି ନୂଆ ଏଡିସନ୍‌ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ । ଆଗରୁ ୧୪୨ କିଲୋମିଟର ପର୍ଯ୍ୟନ୍ତ ଯାଉଥିବା ଟାଟା ଟିଗର ମଡେଲ୍‌ ବାହାରିଥିଲା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା।

{"id":168469}

ନୂଆ ଟିଗର ମଡେଲ୍‌ ମାତ୍ର ୯୦ ମିନିଟ୍‌ ଚାର୍ଜ କଲେ ୮୦ ପ୍ରତିଶତ ଯାତ୍ରା କରିପାରିବ । ଏଥିରେ ଡିସି ୧୫ କେ ଡବ୍ଲୁ ଫାଷ୍ଟ ଚାର୍ଜରେ ଚାର୍ଜ କରିବାକୁ ପଡିବ । ଷ୍ଟାଣ୍ଡାର୍ଡ ଏସି ଓ୍ୱାଲ ସକେଟ୍‌ରେ ୮୦ ପ୍ରତିଶତ ଚାର୍ଜ କରିବା ପାଇଁ ଏହାକୁ ୬ ଘଣ୍ଟା ସମୟ ଲାଗିବ ।

ଏହାର ତିନି ପ୍ରକାର ବା ଭାରିଏଣ୍ଟର ମଡେଲ୍‌ ଏବେ ବଜାରର ଉପଲବ୍ଧ ହେଉଛି । ଏହା (XE+, XM+, XT+) ଏହି ତିନି ଭାରିଏଣ୍ଟର ମଡେଲ୍‌ ଏବେ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ପୁରୁଣା ଟିଗର୍‌ ସଫଳତାକୁ ଦେଖି ଏହି ଇଲେକ୍ଟ୍ରିକ୍‌ ଭେଇକିଲ୍‌ ବଜାରକୁ ଛଡାଯାଇଛି । ଏବେ ବିଭିନ୍ନ ସରକାରୀ ବିଭାଗରେ ଏହାର ବ୍ୟବହାର ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.