ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପାଇଁ ନୂତନ ବ୍ୟବସ୍ଥା ଲାଗୁ, ଏବେ ୩୬୫ ଦିନ ଅଫିସ୍ ଯିବା ଦରକାର ନାହିଁ

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୦୨।୧୧: କୋଭିଡ୍-୧୯ର ବିପଦ ଟଳିନାହିଁ। ଏବେ ମଧ୍ୟ ସଂକ୍ରମଣର ତୃତୀୟ ଲହରର ବିପଦ ରହିଛି। ଏହା ମଧ୍ୟରେ ଘରୋଇ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲ୍ ସୋମବାର ନିଜର କର୍ମଚାରୀଙ୍କ ପାଇଁ କାମ କରିବାର ନୂତନ ମୋଡେଲ୍ ଆରମ୍ଭ କରିଛନ୍ତି। ଏହାରି ଆଧାରରେ କର୍ମଚାରୀ ବର୍ଷର ୩୬୫ ଦିନ ଘରୁ କାମ କରି ପାରିବେ। ଟାଟା  ଷ୍ଟିଲ ନିଜର ବିଜ୍ଞପ୍ତିରେ କହିଛି ନୂତନ କାର୍ଯ୍ୟ ମୋଡେଲ ରବିବାରଠୁ ଲାଗୁ ହୋଇ ଯାଇଛି। କମ୍ପାନୀ ବିଶ୍ଵାସ ଏବଂ ପରିଣାମ ଆଧାରିତ କାର୍ଯ୍ୟ ସଂସ୍କୃତି ଅଭିମୁଖେ ଅଗ୍ରସର ହେଉଛି ଅର୍ଥାତ କର୍ମଚାରୀଙ୍କ ଲାଗି କାମ କରିବାର ଆହୁରି ଅନୁକୂଳ ପରିବେଶ ପ୍ରଦାନ କରୁଛି।

ନଭେମ୍ଵର ୧ରୁ ଲାଗୁ ନୂତନ ନିୟମ ଅନୁଯାୟୀ ଅଧିକାରୀଙ୍କୁ ଏବେ ଗୋଟିଏ ବର୍ଷରେ ଅସୀମିତ ଦିନ ପାଇଁ ଘରୁ କାମ କରିବାର ସୁବିଧା ପ୍ରଦାନ କରିଛି। କମ୍ପାନୀ କହିଛି ମହାମାରୀ ସ୍ଥିତି ସ୍ଵାଭାବିକ ହେବା ପରେ କମ୍ପାନୀ ଅଧିକାରୀଙ୍କୁ ପସନ୍ଦର ସ୍ଥାନରେ ସ୍ଥାନାନ୍ତରିତ କରିବାକୁ ସକ୍ଷମ ହେବ। ଏଥିରେ କର୍ମଚାରୀଙ୍କୁ ଦେଶରେ କୌଣସି ବି ସ୍ଥାନରେ କାମ କରିବାର ସୁବିଧା  ଦିଆଯିବ।

କମ୍ପାନୀ କହିଛି ଏହି ନୀତିକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ଅନୁକୂଳଶୀଳନତା ଏବଂ ପ୍ରତିକ୍ରିୟା ଆଧାରରେ ଗୋଟିଏ ବର୍ଷ ପରେ ନୀତିର ସମୀକ୍ଷା କରାଯିବ। ଟାଟା ଷ୍ଟିଲ୍‌ର ଉପସଭାପତି ସୁରେଶ ଦତ୍ତ ତ୍ରିପାଠୀ  କହିଛନ୍ତି, ଏମିତି ବ୍ୟବସ୍ଥା କେବଳ କର୍ମଚାରୀଙ୍କୁ କାର୍ଯ୍ୟ କରିବାରେ ଅନୁକୂଳ ସୁବିଧା ପ୍ରଦାନ କରିବନି ବରଂ ଭୌଗୋଳିକ କ୍ଷେତ୍ରରେ ନିଜର ବିବିଧ କାର୍ଯ୍ୟବଳର ଆବଶ୍ୟକତାକୁ ପୂରା  କରିବାରେ ବେଶ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.