Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲକଡାଉନ୍‌ରେ କର୍ମଚାରୀଙ୍କୁ ଫାଇଦା ଦେବ ଟାଟା ଷ୍ଟିଲ, ୨୦୧୯-୨୦ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ୨୩୫ କୋଟି ଟଙ୍କାର ବୋନସ୍ ଦେବ କମ୍ପାନୀ

15/09/2020 at 9:36 PM

ନୂଆଦିଲ୍ଲୀ, ୧୫|୦୯ : ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପାଇଁ ଖୁସି ଖବର । ମିଳିବ ବୋନସ୍ । ନିଜ କର୍ମଚାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୨୩୫.୫୪ କୋଟି ଟଙ୍କାର ବୋନସ୍ ଦେବ ବୋଲି ଘୋଷଣା କରିଛି ଟାଟା ଷ୍ଟିଲ୍ ।  

ସୋମବାର ଏନେଇ ଟାଟା ଷ୍ଟିଲ୍ ଓ ଟାଟା ଓ୍ୱାର୍କର୍ସ ଆସୋସିଏସନ ମଧ୍ୟରେ ଏକ ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ  ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଟାଟା ଷ୍ଟିଲ୍ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ ଓ ଓ୍ୱାର୍କର୍ସ ଆସୋସିଏସନର ସଭାପତି ଆର, ରବି ପ୍ରସାଦଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ବୋନସ ମିଳିବ । କମ୍ପାନୀ କହିଛି ଯେ, କରୋନା ଭାଇରସ ମଧ୍ୟରେ କମ୍ପାନୀ ନିଜ ପ୍ରତିଶ୍ରୁତି ଅନୁସାରେ ବୋନସ ଦେବ ବୋଲି ନିଷ୍ପତ୍ତି ନେଇଛି । ତେବେ ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମଧ୍ୟରେ କମ୍ପାନୀର ପ୍ରାୟ ୪୬୮୪.୧୩ କୋଟି ଟଙ୍କା କ୍ଷତି ହୋଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୟମାସିକରେ କମ୍ପାନୀର ପ୍ରାୟ ୧୬୧୫.୩୫ କୋଟି ଟଙ୍କା କ୍ଷତି ହୋଇଥିଲା ।

   Related Posts