Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିକ୍ରି ହେବ ଏୟାର ଇଣ୍ଡିଆ, କିଣିବା ପାଇଁ ନିଲାମ ଧରିଲା ଟାଟା ସନ୍ସ

15/09/2021 at 7:08 PM

ନୂଆଦିଲ୍ଲୀ, ୧୫/୦୯: ରାଷ୍ଟ୍ରୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ବଡ଼ ବଡ଼ କମ୍ପାନୀ ନିଲାମ ଡାକିଥିବା ସରକାର ବୁଧବାର ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଟାଟା ଗ୍ରୁପ୍‌ ରହିଛି । ଟାଟା ସନ୍ସର ପ୍ରବକ୍ତା ଏନେଇ କହିଛନ୍ତି ଯେ, କମ୍ପାନୀ ଏୟାରଲାଇନ୍‌ ପାଇଁ ନିଲାମ ଡାକିଛି । ନିବେଶ ଏବଂ କର୍ମଚାରୀ ପ୍ରବନ୍ଧନ ବିଭାଗର ସଚିବ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଯେ, ଏୟାର ଇଣ୍ଡିଆରେ ବିନିବେଶ ପାଇଁ ଆର୍ଥିକ ବିଡ୍ ମିଳିଛି । ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ଏଥିରେ ଜଣାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏୟାରଲାଇନ୍‌ ଏୟାର ଇଣ୍ଡିଆ ନିଜର ଶତ ପ୍ରତିଶତ ଅଂଶଧନରୁ କିଛି ବିକ୍ରି କରିବାକୁ ଚାହୁଁଛି । ଯେଉଁଥିରେ ଏଆଇ ଏକ୍ସପ୍ରେସ୍‌ ଲିମିଟେଡ୍‌ର ଏୟାର ଇଣ୍ଡିଆରେ ଥିବା ୧୦୦ ପ୍ରତିଶତ ଅଂଶ ଏବଂ ଏସ୍‌ଏଟିଏସ୍‌ ଏୟାରପୋର୍ଟ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୫୦ ପ୍ରତିଶତ ଅଂଶ ସାମିଲ ରହିଛି । ଜାନୁଆରୀ ୨୦୨୦ରେ ଆରମ୍ଭ ହୋଇଥିବା ବିନିବେଶ ପ୍ରକ୍ରିୟାରେ କୋଭିଡ୍‌ କାରଣରୁ ବିଳମ୍ୱ ହୋଇଥିଲା । ସରକାର ଏପ୍ରିଲ୍‌ ୨୦୨୧ରେ ନିବେଶ କରିବାକୁ ଚାହୁଁଥିବା କମ୍ପାନୀ ଗୁ଼ଡ଼ିକୁ ବିଡ୍‌ ଡାକିବା ପାଇଁ କହିଥିଲେ ।     

   Related Posts