Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଟିଭି ଦେଖିବା ହେଲା ଅତ୍ୟନ୍ତ ଶସ୍ତା :ଅପ୍ରେଲ୍ ୨୩ତାରିଖରୁ ଟାଟା ସ୍କାଏ ଆଣୁଛି ନୂଆ ପ୍ଲାନ୍

20/04/2019 at 12:10 PM

ନୂଆଦିଲ୍ଲୀ ୨୦/୪: ଟାଟା ସ୍କାଏ ନିଜ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏକ ନୂଆ ପ୍ଲାନ୍ ଲଞ୍ଚ କରିବାକୁ ଯାଉଛି। ଟାଟା ସ୍କାଏର ଏହି ପ୍ଲାନରେ ଅନେକ ଲୋକାଲ ଏବଂ ସ୍ପୋର୍ଟସର ଲାଇଟ୍ ପ୍ଲାନ୍ ରହିବ। ଏହି ପ୍ଲାନର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଅପ୍ରେଲ୍ ୨୩ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

କେବଳ ଲୋକାଲ୍ ପ୍ଲାନ୍ ନୁହେଁ,ବରଂ ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ସ୍ପୋର୍ଟସ୍ ପାଇଁ ମଧ୍ୟ ନୂଆ ପ୍ଲାନ ଲଞ୍ଚ କରିବ। ସ୍ପୋର୍ଟସ୍ ପ୍ଲାନ୍ ଏବଂ ସ୍ପୋର୍ଟସ୍ ଏଚଡି ପ୍ଲାନରେ ଆପଣଙ୍କୁ ୧୩ଟି ଚ୍ୟାନେଲ୍ ଉପଲବ୍ଧ ହେବ। ସ୍ପୋର୍ଟସ୍ ପ୍ଲାନ୍ ନିମନ୍ତେ ଆପଣଙ୍କୁ ୧୩୯ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସ୍ପୋର୍ଟସ୍ ଏଚଡି ପ୍ଲାନ୍ ଆପଣଙ୍କୁ ୧୮୧ଟଙ୍କାରେ ମିଳିବ।

ଟାଟା ସ୍କାଏ ଦ୍ବାରା ଲଞ୍ଚ କରାଯାଉଥିବା ନୂଆ ପ୍ଲାନରେ ଗୁଜୁରାଟୀ ଲାଇଟ ପ୍ଲାନ୍ ରହିବ,ଯାହାର ମୂଲ୍ୟ ମାତ୍ର ୧୨୩ ଟଙ୍କା ୭୦ପଇସା ରହିବ। ଏହି ପ୍ଲାନ୍ ମାଧ୍ୟମରେ ଆପଣ ୬୬ଟି ଚ୍ୟାନେଲ ଦେଖିବାକୁ ପାଇବେ। ଗୁଜୁରାଟୀ ଲାଇଟ ଏଚଡି ପ୍ୟାକ୍ ଆପଣଙ୍କୁ ୨୦୨ ଟଙ୍କା ୫୦ପଇସାରେ ଉପଲବ୍ଧ ହେବ। ଏହି ଚ୍ୟାନେଲ୍ ମାଧ୍ୟମରେ ଆପଣ ୬୮ଟି ଚ୍ୟାନେଲ୍ ଦେଖିପାରିବେ।

ଗୁଜୁରାଟୀ ଲାଇଟ ପ୍ଲାନ୍ ବ୍ୟତୀତ ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଓଡ଼ିଆ ଲାଇଟ ପ୍ଲାନ୍ ଏବଂ ଓଡ଼ିଆ ଲାଇଟ ଏଚଡି ପ୍ଲାନ୍ ଲଞ୍ଚ ହେବ,ଯାହାର ମୂଲ୍ୟ କ୍ରମଶଃ ୧୬୭ ଏବଂ ୨୬୨ଟଙ୍କା ହେବ। ଏହି ପ୍ଲାନରେ ଆପଣ ୬୨ ଏବଂ ୬୪ଟି ଚ୍ୟାନେଲ୍ ଦେଖିପାରିବେ।

ସ୍ପୋର୍ଟସ୍ ପ୍ଲାନ୍, ଗୁଜୁରାଟୀ ଲାଇଟ ପ୍ଲାନ୍ ଏବଂ ଓଡ଼ିଆ ଲାଇଟ ପ୍ଲାନ୍ ନେବା ପାଇଁ ଆପଣଙ୍କୁ ନେଟଓ୍ବାର୍କ କାପାସିଟି ଫିସ୍ ଦେବାକୁ ପଡ଼ିବ,ଯାହା ୧୦୦ଟି ଚ୍ୟାନେଲ୍ ପାଇଁ ମାସକୁ ୧୩୦ଟଙ୍କା। ନିକଟରେ ଟାଟା ସ୍କାଏ ଅନ୍ୟ ଲୋକାଲ ପ୍ଲାନ୍ ମଧ୍ୟ ଲଞ୍ଚ କରିଥିଲା। ଏଥିରେ ତେଲୁଗୁ ଲାଇଟ୍ ପ୍ଲାନ,ତାମିଲ ଲାଇଟ୍ ପ୍ଲାନ୍ ଏବଂ ବଙ୍ଗଳା ଲାଇଟ୍ ପ୍ଲାନ୍ ଥିଲା।   

   Related Posts