Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟାଟା ସ୍କାଏର ସ୍ପେଶାଲ ଅଫର: ୧୨ ମାସ ପାଇଁ ରିଚାର୍ଜ କଲେ, ମିଳୁଛି ୧୮ ମାସ ପାଇଁ ଫ୍ରି ସର୍ଭିସ

23/08/2019 at 1:46 PM

ମୁମ୍ବାଇ ୨୩|୮: ଜିଓ କମ୍ପାନୀ ର ନୂଆ ପ୍ଲାନ୍‌ ଆରମ୍ଭ ହେବାକୁ ଯାଉଛି। ଜିଓ ଗିଗାଫାଇବକର ପ୍ରଭାବ ସମଗ୍ର ଦେଶର ଅନ୍ୟ ବ୍ରାଣ୍ଡକୁ ମାତ ଦେବ ବୋଲି ଚର୍ଚ୍ଚା ହେଉଛି। ଯେମିତି ଜିଓ ଟେଲିକମ୍‌ ନେଟୱାର୍କରେ ଆସି ଧମାଲ କରିଥିଲା। ସେହିଭଳି ବ୍ରଡବ୍ରେଣ୍ଡ ସର୍ଭିସ୍‌ରେ ଆସି ମଧ୍ୟ କମାଲ କରିବାକୁ ଯାଉଛି। ଏମିତିରେ ଦେଶର ଅନ୍ୟ ଟେଲିକମ୍‌ କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କୁ ଭଲ ଅଫର ଦେବା ଆରମ୍ଭ କରିସାରିଛି।  

ଏବେ କିଛି ଦିନ ତଳେ ଏୟାରଟେଲ ବ୍ରଡବେଣ୍ଡ ନିଜ ସର୍ଭିସ ଓ ଅଫର୍ସରେ ଅନେକ ଡିସକାଉଣ୍ଟ ଦେଇଛି। ଏବେ ଟାଟା ସ୍କାଏ କମ୍ପାନୀ ମଧ୍ୟ ବହୁତ ଭଲ ଓ ବଡ ଅଫର ଦେଉଛି। ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଗୋଟେ ଖାସ ଅଫର ଘୋଷଣା କରିଛି। ଗୋଟେ ବର୍ଷ ପାଇଁ ବ୍ରଡବେଣ୍ଡ ରିଚାର୍ଜ କଲେ ଅଧିକ ୬ ମାସ ପାଇଁ ଫ୍ରି ସର୍ଭିସ ଦେବ। ତେବେ ଏହା ଜିଓ ଗିଗାଫାଇବରର ପ୍ରଭାବ ବୋଲି କହିଲେ ଭୁଲ ହେବ ନାହିଁ।

ଏହା ସହ କମ୍ପାନୀ ଗ୍ରାହକଙ୍କ ପାଇଁ ଆଉ ଏକ ଅଫର ରଖିଛି। ୯ ମାସ ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମଧ୍ୟ ଆଗାମୀ ୪ ମାସ ପାଇଁ ଫ୍ରି ସର୍ଭିସ ଦିଆଯିବ। ରିପୋର୍ଟ ଅନୁସାରେ ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ୩ମାସ ଓ ୭ ମାସ ରିଚାର୍ଜ କରୁଥିବା ଲୋକଙ୍କ ପାଇଁ ମଧ୍ୟ ନୂଆ ପ୍ଲାନ୍‌ ରଖିଛି।

ଟାଟା ସ୍କାଏ କମ୍ପାନୀ ଏହି ସର୍ଭିସକୁ ଭାରତର ସବୁ ରାଜ୍ୟରେ ଜାରି କରିଛି। ମେଟ୍ରୋ ସହରରେ ଏହି ପ୍ଲାନ ଆରମ୍ଭ ହୋଇସାରିଛି। କମ୍ପାନୀ ଏହି ଅଫର ଉଭୟ ଅନ୍‌ଲିମିଟେଡ୍‌ ଓ ଫିକ୍ସଡ୍‌ ପ୍ଲାନ୍‌ ପାଇଁ କରିଛି। ଏହି ପ୍ଲାନ୍‌ର ଫାଇଦା ନେବା ପାଇଁ ଚାହିଁଲେ ଟାଟା ସ୍କାଏ କଷ୍ଟମର କେୟାରକୁ କଲ କଲେ ପୂରା ସୂଚନା ମିଳିଯିବ।  

   Related Posts