ଟାଟା ସ୍କାଏ ଲଞ୍ଚ କଲା ରୁମ୍ ଟିଭି ସର୍ଭିସ୍ : ଜାଣନ୍ତୁ ଏହାର ବିଶେଷତ୍ବ

Published By : Prameya-News7 Bureau | June 16, 2019 IST

ନୂଆଦିଲ୍ଲୀ ୧୬/୬: ଗ୍ରାହକଙ୍କ ସୁବିଧା ପାଇଁ ଟାଟା ସ୍କାଏ ନୂଆ ସର୍ଭିସ୍ ଲଞ୍ଚ କରିଛି। ଭାରତର ଅଗ୍ରଣୀ କଣ୍ଟେଣ୍ଟ ଡିସଟ୍ରିବ୍ୟୁସନ ପ୍ଲାଟଫର୍ମ,ଟାଟା ସ୍କାଏ ନୂଆ ‘ରୁମ୍ ଟିଭି ସର୍ଭିସ୍’ ଲଞ୍ଚ କରିଛି। ଏହି ନୂଆ ସେବାର ଉଦ୍ଦେଶ୍ୟ ହେଉଛି,ସବସ୍କ୍ରାଏବର ପାଇଁ ମଲ୍ଟି ଟିଭି କନେକ୍ସନର ପ୍ୟାକ୍ ସହଜରେ ବାଛିବା। ଏହି ନୂଆ ସର୍ଭିସ୍ ମାଧ୍ୟମରେ ଟାଟା ସ୍କାଏ ପରିବାରର ସମସ୍ତ ସଦସ୍ୟଙ୍କୁ ତାଙ୍କ ସୁବିଧା ଅନୁସାରେ ବିଶିଷ୍ଟ ରୂପେ ନିର୍ମିତ ପ୍ୟାକ୍ ଏବଂ ଇନଷ୍ଟାଣ୍ଟ ପ୍ୟାକ୍ ସଂଶୋଧନ ଜରିଆରେ ନିଜ ମନ ପସନ୍ଦର ମନୋରଞ୍ଜନ ପ୍ରଦାନ କରିବାର ଲକ୍ଷ୍ୟ ରଖିଥାଏ।
ସବସ୍କ୍ରାଇବର ସେକେଣ୍ଡାରୀ କନେକ୍ସନରେ ସହଜରେ ନିଜ ପସନ୍ଦର କଣ୍ଟେଣ୍ଟ ବାଛିପାରିବେ। ଏହା ସହିତ ତାଙ୍କୁ କେବଳ ବଛା ଯାଇଥିବା କଣ୍ଟେଣ୍ଟ ପାଇଁ ବିନିଯୋଗ କରିବାକୁ ପଡ଼ିବ। ତାଙ୍କର ସେକେଣ୍ଡାରୀ କନେକ୍ସନରେ ଏବେ ସମାନ ସବସ୍କ୍ରାଇବର ଆଇଡି ଅନୁସାରେ ଘରେ ପ୍ରଥମ କନେକ୍ସନ ପାଇଁ ବଛା ଯାଇଥିବା ବେସ୍ ପ୍ୟାକରୁ ଅଲଗା ଚ୍ୟାନେଲ୍ ଏବଂ ସେବା ରହିବ। ସବସ୍କ୍ରାଇବର ରୁମ୍ ଟିଭି ସର୍ଭିସର ଲାଭ www.mytatasky.comରେ ଯାଇ କିମ୍ବା ଟାଟା ସ୍କାଏ ମୋବାଇଲ୍ ଆପ୍ ଜରିଆରେ ସହଜରେ ଉଠାଇପାରିବେ।
ଏୟାରଟେଲ୍ ଡିଜିଟାଲ ଟିଭି ଏବଂ ଡିଶ ଟିଭି ନିକଟରେ ନିଜର ମଲ୍ଟି ଟିଭି ପଲିସିକୁ ରିଡିଜାଇନ୍ କରିଛି। ଡିଟିଏଚ୍ ସେବା ପ୍ରଦାତା କମ୍ପାନୀ ଏହି ନିଷ୍ପତ୍ତି ଟ୍ରାଏର ନୂଆ ନିୟମ ଲାଗୁ ହେବା ପରେ କରିଛି। ଜୁନ୍ ୧୫ତାରିଖ ପୂର୍ବରୁ ଟାଟା ସ୍କାଏ ନିଜର ନୂଆ ସେବା ଜାରି କରିଛି,ଯାହା ସବସ୍କ୍ରାଇବରକୁ ମଲ୍ଟି ଟିଭି କନେକ୍ସନକୁ ଉପଯୁକ୍ତ ବିକଳ୍ପ ପ୍ରଦାନ କରିଥାଏ। ଟାଟା ସ୍କାଏ କିଛି ଦିନ ପୂର୍ବରୁ ନିଜ ସେଟ୍ ଟପ୍ ବକ୍ସର ମୂଲ୍ୟରେ ୪୦୦ଟଙ୍କାର ଛାଡ଼ କରିଛି। ଟାଟା ସ୍କାଏ ନିଜର ଏଚଡି ଏବଂ ଏସଡି ଦୁଇଟି ସେଟ ଟପ୍ ବକ୍ସର ମୂଲ୍ୟ ହ୍ରାସ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.